www.samajalive.in
Sunday, December 14, 2025
16.1 C
Bhubaneswar

ଔରଙ୍ଗଜେବ ସାଜି ଆତଙ୍କ ଖେଳାଇବାକୁ ପ୍ରସ୍ତୁତ ବବି, ଜନ୍ମଦିନରେ ସାମ୍ନାକୁ ଆସିଲା ଦମ୍‌ଦାର ଲୁକ୍‌

ସମାଜ ଡିଜିଟାଲ ଡେସ୍କ: ଅଭିନେତା ବବି ଦେଓଲ ସୋମବାର ତାଙ୍କ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକଙ୍କୁ ମିଳିଛି ବଡ଼ ଉପହାର। ପବନ କଲ୍ୟାଣ ଅଭିନୀତ ‘ହରି ହର ବୀରା ମଲ୍ଲୁ’ର ନିର୍ମାତା ବବିଙ୍କ ଜନ୍ମଦିନ ଅବସରରେ ତାଙ୍କର ଏକ ସ୍ବତନ୍ତ୍ର ଜନ୍ମଦିନ ପୋଷ୍ଟର ଶେୟାର କରିଛନ୍ତି। ଏହି ଚଳଚ୍ଚିତ୍ରରେ ବବି ଦେଓଲ ଖଳନାୟକ ଭାବେ ନଜର ଆସିବେ। ତେବେ ଅଭିନେତାଙ୍କ ଏହି ଖାସ୍‌ ଦିନରେ ଫିଲ୍ମରୁ ତାଙ୍କର ପ୍ରଥମ ଝଲକ୍ ସାମ୍ନାକୁ ଆସିଛି, ଯେଉଁଥିରେ ବବିଙ୍କୁ ଦମ୍‌ଦାର ଅବତାରରେ ଦେଖିବାକୁ ମିଳିଛି।

ପୋଷ୍ଟରରେ ବବି ଦେଓଲ ଜଣେ ସମ୍ରାଟ ରୂପରେ ଗମ୍ଭୀର ଏବଂ ଭବ୍ୟ ଲୁକ୍‌ରେ ନଜର ଆସିଛନ୍ତି, ଯାହା ପ୍ରଶଂସକମାନଙ୍କୁ ପବନ କଲ୍ୟାଣଙ୍କ ବହୁ ପ୍ରତୀକ୍ଷିତ ପିରିୟଡ ଡ୍ରାମାରେ ତାଙ୍କ ଭୂମିକା ବିଷୟରେ ସମ୍ୟକ୍ ଧାରଣା ପ୍ରଦାନ କରିଛି। ପୋଷ୍ଟର ସହ ଫିଲ୍ମର ସମ୍ପୂର୍ଣ୍ଣ ଟିମ୍‌ ପକ୍ଷରୁ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଛି।

- Advertisement -


ପୋଷ୍ଟରରେ ବବି ଦେଓଲଙ୍କୁ କଳା ରଙ୍ଗର ଆକର୍ଷଣୀୟ ପୋଷାକରେ ଖଣ୍ଡା ଧରିଥିବାର ଦେଖିବାକୁ ମିଳିଛି। ଏଥିରୁ ତାଙ୍କ ଚରିତ୍ର କେତେ ଭୟଙ୍କର ତାହା ସହଜରେ ଅନୁମାନ କରିହେଉଛି। ଖବର ଅନୁଯାୟୀ, ସେ ଏହି ଚଳଚ୍ଚିତ୍ରରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଭୂମିକାରେ ଅଭିନୟ କରିଛନ୍ତି।

କ୍ରିଶ୍ ଜଗରଲାମୁଡି ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ପବନ କଲ୍ୟାଣ, ବବି ଦେଓଲଙ୍କ ବ୍ୟତୀତ ନିଧି ଅଗ୍ରଓ୍ବାଲ, ନରଗିସ ଫାଖ୍‌ରୀ ଓ ନୋରା ଫତେହୀ ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ବିଜୟ ଡୋଙ୍କଡ଼ା ନିର୍ମିତ ‘ହରି ହର ବୀରା ମଲ୍ଲୁ’ ଚଳିତ ବର୍ଷ ମାର୍ଚ୍ଚ ୨୮ ତାରିଖରେ ହିନ୍ଦୀ, ତାମିଲ, କନ୍ନଡ଼ ଓ ମାଲାୟାଲମ ଭାଷାରେ ମୁକ୍ତିଲାଭ କରିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories