www.samajalive.in
Friday, December 12, 2025
16.1 C
Bhubaneswar

ଆମେରିକାରେ ଥିବା ଗୁରୁଦ୍ବାରାରେ ପୁଲିସର ଚଢ଼ାଉ

ସମାଜ ଡିଜିଟାଲ ଡେସ୍କ: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଆମେରିକାରେ ରହୁଥିବା ଭାରତୀୟମାନଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଦେଶରେ ବେଆଇନ ଭାବେ ରହୁଥିବା ଅନ୍ୟ ଦେଶର ପ୍ରବାସୀଙ୍କୁ ଟ୍ରମ୍ପ ପ୍ରଶାସନ ସ୍ବଦେଶ ଫେରିଯିବାକୁ ଚେତାବନୀ ଦେଇଛି। ଏହା ସହିତ ସେମାନଙ୍କୁ ଗିରଫ କରି ନିଜ ନିଜ ଦେଶକୁ ଫେରାଉଛି। ଏହି କ୍ରମରେ ଆମେରିକା ପୁଲିସ ସେଠାକାର ଗୁରୁଦ୍ବାରାଗୁଡ଼ିକରେ ଚଢ଼ାଉ କରିଛି। ଗୁରୁଦ୍ବାର ଏବଂ ପୂଜାସ୍ଥଳଗୁଡ଼ିକରେ ଆତ୍ମଗୋପନ କରିଥିବା ପ୍ରବାସୀଙ୍କୁ ଧରିବାକୁ ପୁଲିସ ଅପରେସନ ଚଳାଇଛି। ତେବେ ପୁଲିସ ହଠାତ ଏପରି ଗୁରୁଦ୍ବାରାଗୁଡ଼ିକରେ ପ୍ରବେଶ କରୁଥିବାରୁ ଶିଖ ସଂଗଠନଗୁଡ଼ିକ ବିରୋଧ କରିଛନ୍ତି।

ଆମେରିକାର ସ୍ବରାଷ୍ଟ୍ର ସୁରକ୍ଷା ବିଭାଗ ଅଧୀନରେ ଥିବା ପୁଲିସ ନ୍ୟୁୟର୍କ ଏବଂ ନ୍ୟୁଜର୍ସି ଅଞ୍ଚଳରେ ଥିବା କିଛି ଗୁରୁଦ୍ବାରରେ ଚଢ଼ାଉ କରିଛି। ଏହି ଗୁରୁଦ୍ବାରାଗୁଡ଼ିକରେ ଶିଖ ବିଚ୍ଛିନ୍ନତାବାଦୀ ଏବଂ ପ୍ରବାସୀମାନେ ବେଆଇନ ଭାବେ ରହୁଥିବା ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆମେରିକା ପୁଲିସର ମୁଖପାତୟ କହିଛନ୍ତି, ବର୍ତ୍ତମାନ ଅପରାଧୀମାନେ ସୁରକ୍ଷା ପାଇଁ ଆମେରିକାର ସ୍କୁଲ ଏବଂ ଚର୍ଚ୍ଚଗୁଡ଼ିକରେ ଆତ୍ମଗୋପନ କରୁଛନ୍ତି। ଏହାକୁ ରୋକାଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories