www.samajalive.in
Sunday, December 14, 2025
19.1 C
Bhubaneswar

ଭୀମକୁଣ୍ଡରେ ଭାସିଯାଇ ଯୁବକ ନିଖୋଜ

ଠାକୁରମୁଣ୍ଡା:  ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ନିକଟରେ ଥିବା ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡକୁ ରବିବାର ବଣଭୋଜି କରିବାକୁ ଆସିଥିବା ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଭୀମକୁଣ୍ଡରେ ଗାଧୋଇବା ସମୟରେ ସେ ଭାସିଯାଇଥିଲେ। ନିଖୋଜ ଯୁବକ ବାଲିକୁଦା ଅଞ୍ଚଳର ନିତ୍ୟାନନ୍ଦ ଦାସଙ୍କ ପୁଅ ବିଶ୍ୱଜିତ(୧୮) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ବାଲିକୁଦା ଅଞ୍ଚଳର ଏକ ଘରୋଇ ସଂସ୍ଥାର ୧୭ କର୍ମଚାରୀ ଭୀମକୁଣ୍ଡକୁ ବଣଭୋଜି କରିବାକୁ ଆସିଥିଲେ। ଅପରାହ୍ନ ପ୍ରାୟ ୧ ଟାରେ ବୈତରଣୀ ନଦୀର ଭୀମକୁଣ୍ଡର ଉପରମୁଣ୍ଡରେ ସେମାନଙ୍କ ମଧ୍ୟରୁ କେତେଜଣ ଗାଧୋଇଥିଲେ। ଏହି ସମୟରେ ବିଶ୍ୱଜିତ ନଦୀ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ଏ ନେଇ ଅନ୍ୟମାନେ ଠାକୁରମୁଣ୍ଡା ଥାନାକୁ ସୂଚନା ଦେବା ପରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ଠାକୁରମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ପାଣି ଭିତରେ ପଶି ଖୋଜାଖୋଜି କରିଥିବା ବେଳେ ସନ୍ଧ୍ୟା ୫ଟା ବିଶ୍ଵଜିତଙ୍କ ସନ୍ଧାନ ମିଳିପାରି ନାହିଁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories