www.samajalive.in
Wednesday, December 10, 2025
16.1 C
Bhubaneswar

ପୁଣି ମୁକୁଟ ପିନ୍ଧିଲେ ଡାକ୍ତର ସାଇପ୍ରସନ୍ନା, ମିଳିଲା ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ସମ୍ମାନ

ଡେସ୍କ: ୨୦୨୩ ମସିହାରେ ଶ୍ରୀମତୀ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ ପିନ୍ଧିଥିବା ଡାକ୍ତର ସାଇପ୍ରସନ୍ନା ବେହେରା ଆଉ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛନ୍ତି। ତାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ମହିଳା ସଶକ୍ତିକରଣ ତଥା ଉତ୍ସର୍ଗୀକୃତ ସେବା ପାଇଁ ଏକ ଆନ୍ତର୍ଜାତୀୟ ସଂଗଠନ ପକ୍ଷରୁ ତାଙ୍କୁ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୨୩-୨୦୨୫ରେ ସମ୍ମାନିତ କରାଯାଇଛି।

ଡାକ୍ତର ସାଇପ୍ରସନ୍ନା ପ୍ରଥମ ଭାରତୀୟ ଭାବରେ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହି ସଫଳତାକୁ ଶ୍ରେୟ କରି ଡାକ୍ତର ସାଇପ୍ରସନ୍ନା ବେହେରା କହିଛନ୍ତି; ଜଣେ ମିସେସ୍ ଗ୍ରାଣ୍ଡ ଭାବରେ, ଦଳ ସହିତ ମୁଁ ଗଭୀର ଭାବରେ ଜଡିତ ଥିବାରୁ ଏହା ମୋ ପାଇଁ ଏକ ସ୍ମରଣୀୟ ମୂହୁର୍ତ୍ତ ହୋଇ ରହିବ। ଏହା ଏକ ଚ୍ୟାଲେଞ୍ଜିଂ ଏବଂ ରୋମାଞ୍ଚକର ଅନୁଭୂତି ଥିଲା ଯାହା ଶିକ୍ଷଣୀୟ ଓ ପରିପୂର୍ଣ୍ଣ ଥିଲା।

- Advertisement -

ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ ଭାବରେ ଡାକ୍ତର ବେହେରାଙ୍କ କାର୍ଯ୍ୟକାଳ ଅନୁଗ୍ରହ, ଦୃଢ଼ ଆତ୍ମବିଶ୍ୱାସର ପରିବର୍ତ୍ତନ ଆଣିବା ପାଇଁ ଏକ ଅଦମ୍ୟ ପ୍ରତିବଦ୍ଧତା ବୋଲି କୁହାଯାଇପାରେ। ତାଙ୍କର ପ୍ରଭାବଶାଳୀ ଭାଷଣ ଏବଂ ପଦକ୍ଷେପ ମାଧ୍ୟମରେ ସେ ବିଶ୍ୱ ସ୍ତରରେ ମହିଳା ସଶକ୍ତିକରଣର ଗୁରୁତ୍ୱକୁ ବୃଦ୍ଧି କରିଛନ୍ତି। ପୁଣିଥରେ ଏହି ଟାଇଟଲ୍ ଜିତିବା ହେଉଛି ତାଙ୍କର ଅସାଧାରଣ କାର୍ଯ୍ୟ ଏବଂ ଚରିତ୍ରର ଏକ ପ୍ରମାଣ, ଯାହା ତାଙ୍କୁ ସବୁ ସ୍ଥାନରେ ମହିଳାମାନଙ୍କ ପାଇଁ ପ୍ରକୃତ ପ୍ରେରଣା ଯୋଗାଇଥାଏ।

ଏହି ଅବସରରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଏକ ପ୍ରେସ୍ ସମ୍ମିଳନୀ ମାଧ୍ୟମରେ ଏହି କୃତିତ୍ୱ ହାସଲ ସମ୍ପର୍କରେ ଜଣାଇଥିଲେ। ତାଙ୍କ ସହିତ ଯୋଡି ହୋଇ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବାରେ ସହାୟ ହୋଇଥିବା ସ୍ୱାମୀ ସୁଦୀପ କୁମାର ପାତ୍ର, ଡିଜାଇନର ଦେବସ୍ମିତା ଗିରି, ଡାଇରେକ୍ଟର ଅଡିସିଅସ ଏଣ୍ଟରଟେନମେଣ୍ଟ ଅଡ୍ରି ଡି. ସିଲଭା, ସୁପ୍ରା ଜାତୀୟ ଟାଇଟିଲ ହାସଲ କରିଥିବା ମଡେଲ ସମ୍ଭବୀ ଶିବା ପ୍ରମୁଖ ଯୋଗ ଦେଇଥିଲେ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories