www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ବଜେଟ

ନୂଆଦିଲ୍ଲୀ : ଶୁକ୍ରବାର କେନ୍ଦ୍ର୍ର ସରକାର ୨୦୧୯-୨୦ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ୍‍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀଙ୍କ ଅନୁପସ୍ଥିତିରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆସନ୍ତାକାଲି ସଂସଦରେ ଅନ୍ତରୀଣ ବଜେଟ୍‍ ଉପସ୍ଥାପନ କରିବେ। ଗୁରୁବାରଠାରୁ ସଂସଦର ବଜେଟ୍‍ ଅଧିବେଶନ ଆରମ୍ଭ ହୋଇଛି। ଏନ୍‍ଡିଏ ନେତୃତ୍ୱାଧୀନ ମୋଦୀ ସରକାରଙ୍କର ଚଳିତ କାର୍ଯ୍ୟକାଳରେ ଏହା ହେଉଛି ଶେଷ ବଜେଟ୍‍। ୪ ମାସ ପାଇଁ ଲେଖାନୁଦାନ ଆଣିବା ଲାଗି ସରକାର ଏକ ଅନ୍ତରୀଣ ବଜେଟ୍‍ ଆଣିବାକୁ ଚାହୁଁଛନ୍ତି। ଯଦିବା ଏକ ଅନ୍ତରୀଣ ବଜେଟ୍‍ ଆଗତ କରାଯାଏ ତଥାପି ବାସ୍ତବରେ ମୋଦୀ ସରକାରଙ୍କର ଏହା ଏକ ପୂର୍ଣ୍ଣ ବଜେଟ୍‍ ଭଳି ରହିବ ବୋଲି ଅନୁମାନ କରାଯାଉଛି। ତେବେ ସବୁଠାରୁ ବଡ
କଥା ହେଉଛି ନିର୍ବାଚନୀ ବର୍ଷ ହୋଇଥିବାରୁ ଆଉ ମାସ କେଇଟା ପରେ ସାଧାରଣ ନିର୍ବାଚନ ରହିଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ବଜେଟ୍‌ରେ ଅନେକ କିଛି ଲୋଭନୀୟ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିପାରନ୍ତି।
ବଜେଟ୍‍କୁ ଦୃଷ୍ଟିରେ ରଖି ଏବେ ସମସ୍ତଙ୍କ ମନରେ ଅନେକ ଆଶା ଓ ଉଦ୍ଦୀପନା। କେନ୍ଦ୍ର ସରକାର ବଜେଟ୍‌ରେ ସବୁ ବର୍ଗକୁ ଖୁସି କରିବା ଭଳି ପଦକ୍ଷେପ ମଧ୍ୟ ନେଇପାରନ୍ତି। ତେବେ ଏହି ଅନ୍ତରୀଣ ବଜେଟ୍‌ କୃଷକଙ୍କ ପାଇଁ ବଡ ପ୍ୟାକେଜ୍‍ ଘୋଷଣା କରିବା ଆଶା କରାଯାଉଛି। ଅନ୍ୟପକ୍ଷରେ ମଧ୍ୟମବର୍ଗଙ୍କୁ ଆୟକର କ୍ଷେତ୍ରରେ ରିଆତି ଦେବା ଉପରେ ରହିଛି ସମସ୍ତଙ୍କ ନଜର। ଆଉ ଏକ କଥା ହେଉଛି ବଜେଟ୍‍ରେ ସରକାରଙ୍କ ଆଡୁ କ୍ଷୁଦ୍ର ଶିଳ୍ପ କ୍ଷେତ୍ର ପାଇଁ ମଧ୍ୟ ବିଶେଷ କିଛି ଘୋଷଣା କରିବା ଆଶା ମଧ୍ୟ କରାଯାଉଛି।
ଆଜି.

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories