ବାଇକ୍ ଉପରେ ମାଡିଗଲା ହାଇଓ୍ବା: ଜଣେ ମୃତ, ୨ ଗୁରୁତର

ଯାଜପୁର : ବାଇକ୍ ଉପରେ ଏକ ହାଇଓ୍ବା ମାଡିଯିବାରୁ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଛନ୍ତି । ପାଣିକୋଇଲି ଥାନା ଷଠିପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାଇକରେ ୩ ଯୁବକ ଗଲାବେଳେ ଏକ ବାଲି ବୋଝେଇ ହାଇଓ୍ବା ତାଙ୍କୁ ଧକ୍କା ଦେଇଥିଲେ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।
Comments are closed.