www.samajalive.in
Thursday, December 11, 2025
16.1 C
Bhubaneswar

ଚଳଚ୍ଚିତ୍ର ‘ଆଶିକ ଦିୱାନା’ର ଶୁଭ ମହୁରତ

ଭୁବନେଶ୍ୱର : ନୂଆ ଓଡ଼ିଆ କଥାଚିତ୍ର ‘ଆଶିକ ଦିୱାନା’ର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି। ମହାଦେବ ପ୍ରଡକ୍ସନ ନିବେଦିତ ତଥା ପ୍ରମୋଦ କୁମାର ସ୍ୱାଇଁଙ୍କ ପ୍ରଯୋଜିତ ଏହି କଥାଚିତ୍ରର ଶୁଭ ମହୁରତ ସ୍ଥାନୀୟ ଗଟେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଏହି ମହୁରତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ପ୍ରଯୋଜକ ଅକ୍ଷୟ କୁମାର ପରିଜା ମହୁରତ କ୍ଲାପ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ଅର୍କିଡ଼ ରିଟ୍ରିଟର ନିର୍ଦ୍ଦେଶକ ବନ୍ଦନ ମହାନ୍ତି, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରକାଶ ଫିଲ୍ମସର ନିର୍ଦେଶକ ପ୍ରଶାନ୍ତ ବେହେରା, ଅଭିନେତା ପପୁ ପମ ପମ, ଆମ ଟିଭି ନିର୍ଦ୍ଦେଶକ ପ୍ରଣୟ ଜେଠୀ, ପ୍ରଯୋଜକ ଅମୂଲ୍ୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

‘ତୁ ମୋ ଆଖିର ତାରା’, ‘ଦେ ମା ଶକ୍ତି ଦେ’, ‘ତୁ ମୋ ଗାର୍ଲଫ୍ରେଣ୍ଡ’, ‘ଦିୱାନା ଦିୱାନୀ’ ଓ ‘ଆଶିକ’ ପରି ୬ଟି ସଫଳ ଚଳଚ୍ଚିତ୍ର ଭେଟି ଦେଇଥିବା ନିର୍ମାତା ପ୍ରମୋଦ କୁମାର ସ୍ୱାଇଁ ଦୀର୍ଘ ବର୍ଷ ପରେ ପୁଣି ଥରେ ପ୍ରଯୋଜନା କ୍ଷେତ୍ରକୁ ଫେରିଛନ୍ତି। ତାଙ୍କ ସହିତ ଅନ୍ୟତମ ପ୍ରଯୋଜକ ଅଛନ୍ତି ସଂଜୀବ ବିଶ୍ୱାଳ। ଏଥର ନିର୍ଦ୍ଦେଶନାର ଭାର ତୁଲାଉଛନ୍ତି ଓଲିଉଡ଼ର ଅନ୍ୟତମ ସଫଳ ନିର୍ଦ୍ଦେଶକ ଏସ. ଦିଲୀପ ପଣ୍ଡା।

- Advertisement -

ସଂଳାପ ରଚନା କରିଛନ୍ତି ବରିଷ୍ଠ ସଂଳାପକାର ଡ. ରଜନୀ ରଞ୍ଜନ। ସଙ୍ଗୀତ ଦେଇଛନ୍ତି ଜେ. ଏନ ପଦ୍ମ। ଅନେକ ଗୁଡିଏ ସଫଳ ଆଲବମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପଦ୍ମା ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ଜଗତରେ ପାଦ ରଖିଛନ୍ତି । ଡ. ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଓ ମନୋଜ କୁମାର ପଣ୍ଡା ଗୀତ ରଚନା କରିଛନ୍ତି। ଗୀତ ଗୁଡିକରେ ଓଲିଉଡ଼ର ସମସ୍ତ ଆଗଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅସୀମା ପଣ୍ଡା, ଦିପ୍ତୀରେଖା ପାଢ଼ୀ, କୁଲଦୀପ, ସତ୍ୟଜିତ, ସ୍ୱୟଂ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ ଓ ଅନନ୍ୟା ଶ୍ରୀତମ ନନ୍ଦ କଣ୍ଠଦାନ କରିଛନ୍ତି।

‘ଆଶିକ ଦିୱାନା’ର ମୁଖ୍ୟ ଭୂମିକାରେ ଦୀପକ ଓ ରିୟା ନଜର ଆସିବେ। ଅନ୍ୟାନ୍ୟ ଚରିତ୍ରରେ ପ୍ରିୟଙ୍କା ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ, ବବି ମିଶ୍ର, ଜୀବନ ପଣ୍ଡା, ଅମର ମହାପାତ୍ର, ଇଲିଆନା ପଣ୍ଡା ଓ ଡିସ୍କୋ ରେଡ୍ଡୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। କ୍ରିଏଟିଭ ପ୍ରଡକ୍ସନ ଡିଜାଇନର ଦାୟିତ୍ୱ ସମ୍ଭାଳିବେ ଅମର ମହାପାତ୍ର। ପ୍ରଚାର ପ୍ରସାର ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ହରପ୍ରସାଦ ମହାପାତ୍ର ।
ଚଳଚ୍ଚିତ୍ରର କାହାଣୀ ପ୍ରେମ ଉପରେ ପର୍ଯ୍ୟବେସିତ। ଏହା ସହିତ ଏଥିରେ ଆକ୍ସନ, ଇମୋସନ, ଫାମିଲି ଡ୍ରାମା, କମେଡି ସବୁକିଛି ଭରି ରହିଛି। ଏହି କାହାଣୀଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି। ଚଳଚ୍ଚିତ୍ରଟି ଆଗାମୀ ସପ୍ତାହରେ ଫ୍ଲୋରକୁ ଆସିବ।

ତୁଳସୀ ବୃକ୍ଷ ପାଖରେ ଏହି ଗଛ ଥିଲେ ଘରେ ଲାଗି ରହେ ଅଶାନ୍ତି, କରିଥାଏ କାଙ୍ଗାଳ..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories