www.samajalive.in
Sunday, December 14, 2025
26.1 C
Bhubaneswar

ନୂଆ ଆଇନ ଆଣିବ ଏହି ରାଜ୍ୟ… ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ ଜେଲ

ସମାଜ ଡିଜିଟାଲ ଡେସ୍କ: ମହିଳା ଓ ଶିଶୁ ନିରାପତ୍ତା ଦିଗରେ ବଡ଼ ପଦକ୍ଷେପ ନେଇଛି ତାମିଲନାଡୁ। ସେମାନଙ୍କ ବିରୋଧରେ ହିଂସା ରୋକିବା ଲାଗି ସରକାର ନୂଆ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଅନୁସାରେ, ନାବାଳିକା ଦୁଷ୍କର୍ମ ଅଭିଯୁକ୍ତମାନଙ୍କୁ ସର୍ବନିମ୍ନ ଦଣ୍ଡ ସ୍ବରୂପ ଆଜୀବନ ଜେଲଦଣ୍ଡ ମିଳିବ। ସେହିପରି ସର୍ବାଧିକ ଦଣ୍ଡ ବିଧାନ ସ୍ବରୂପ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ। ନିକଟରେ ଏହି ବିଲ୍‌ ରାଜ୍ୟ ବିଧାନସଭାରେ ପାରିତ ହୋଇଥିବାବେଳେ ରାଜ୍ୟପାଳ ଆର.ଏନ. ରବି ଗୁରୁବାର ଏହାକୁ ସମ୍ମତି ଜଣାଇଛନ୍ତି। ଆଇନରେ ପରିଣତ ଲାଗି ସରକାର ଖୁବଶୀଘ୍ର ବିଧେୟକକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବେ।

ଯୌନ ଅପରାଧ ବିରୋଧରେ ଦଣ୍ଡ ବିଧାନକୁ କଠୋର କରିବା ଲକ୍ଷ୍ୟରେ ସରକାର ଏହି ଆଇନ ଆଣିବାକୁ ଯାଉଛନ୍ତି। ନୂଆ ଆଇନ ଅନୁସାରେ, ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କୁ ଅତି କମରେ ୧୪ ବର୍ଷ ଜେଲ ଦଣ୍ଡ ମିଳିବ। ବର୍ତ୍ତମାନ ଏହା ୧୦ ବର୍ଷ ରହିଛି। ଯଦି ଅପରାଧୀ ପୁଲିସ ବିଭାଗର ସଦସ୍ୟ ହୋଇଥିଲେ ତେବେ ତାଙ୍କୁ ସର୍ବନିମ୍ନ ଦୁଇଗୁଣା ଅର୍ଥାତ ୨୦ ବର୍ଷ ଜେଲ ଦଣ୍ଡ ମିଳିବ। ଯଦି ପୀଡ଼ିତା ଜଣେ ନାବାଳିକା(୧୨ବର୍ଷରୁ କମ) ହୋଇଥିବେ, ତେବେ ଦୋଷୀ ସର୍ବନିମ୍ନ ଆଜୀବନ କାରାଦଣ୍ଡ ଭୋଗିବେ ଏବଂ ସର୍ବାଧିକ ମୃତ୍ୟୁଦଣ୍ଡ ଦିଆଯିବ। ନିକଟରେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ରାଜ୍ୟରେ ୭ଟି ସ୍ବତନ୍ତ୍ର କୋର୍ଟ ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏହି କୋର୍ଟରେ କେବଳ ଯୌନ ଅପରାଧ ସମ୍ପର୍କିତ ମାମଲାର ବିଚାର କରାଯିବ। ମଦୁରାଇ, ତିରୁନେଲଭେଲି, କୋଏମ୍ବାଟୁର, ସାଲେମ, ତିରୁଚୀ, ଚେନ୍ନାଇ ପ୍ରମୁଖ ଅଞ୍ଚଳରେ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories