www.samajalive.in
Sunday, December 14, 2025
16.1 C
Bhubaneswar

ରାସ୍ତା କଡ ମାଛ ଦୋକାନ ହଟାଇଲେ ଏନଏସି କର୍ତ୍ତୃପକ୍ଷ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ବିଭିନ୍ନ ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ମୁଖ୍ୟତଃ ବୁଡାଗୁଡା ରାସ୍ତା ବନ୍ଧ ଛକ ଠାରୁ ଆରମ୍ଭ କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଗହଳି ଲାଗି ରହୁଛି । ରାସ୍ତାର ଦୁଇ କଡରେ ମାଛ ,ମାଂସ ଦୋକାନ ଠାରୁ ଆରମ୍ଭ କରି ପରିବା, ଡ୍ରେସ  ଓ ଅନ୍ୟାନ୍ୟ ଉଠା ଦୋକାନ ରହିଛି  । ସ୍ଥାନୀୟ ପ୍ରଶାସନ ତରଫରୁ ବାରମ୍ବାର ତାଗିଦ ଓ  ଡାକ ବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନଥିଲା । ଏ ନେଇ ପ୍ରଶାସନ ନିକଟରେ ବିଭିନ୍ନ ମହଲରୁ ବାରମ୍ଭାର ଅଭିଯୋଗ କରିବା ପରେ ବର୍ତ୍ତମାନ ବାଲିଗୁଡା ଏନଏସି କର୍ତ୍ତୃପକ୍ଷ  ଆକ୍ସନ ମୋଡରେ ଆସିଛନ୍ତି ।

ସୋମବାର ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପରେ ଏନଏସି ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇଙ୍କ ସହ ବିଭିନ୍ନ କର୍ମଚାରୀ ଆସି ବୁଡାଗୁଡା ରାସ୍ତା ବନ୍ଧ କଡର ନୂଆସାହି ଛକ ଠାରେ ମାଛ ଦୋକାନୀ ଓ ଅନ୍ୟ ମାନଙ୍କୁ ଦୋକାନ ଉଠାଇବାକୁ କହିଥିଲେ ଏହା ପରେ ଏନଏସି କର୍ତ୍ତୃପକ୍ଷ ଓ ମାଛ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା କିନ୍ତୁ ଏନଏସି କର୍ତ୍ତୁପକ୍ଷ ପଛକୁ ହଟିନଥିଲେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମାଛ ଦୋକାନକୁ ହଟାଇଥିଲା । ଏନଏସି ନିର୍ବାହୀ ଅଧିକାରୀ ଶ୍ରୀ ଦଳାଇ କହିଛନ୍ତି ଯେ, ଜନଗହଳି ପୂର୍ଣ୍ଣ ଛକ ହୋଇଥିବାରୁ ଏଠାରେ ଗୋଟିଏ ସ୍କୁଲ ରହିଛି ଯାତାୟାତ ରେ ବାଧା ଉପୁଜିବା ସହ ବାରମ୍ବାର ଦୁର୍ଘଟଣା ହେଉଛି l ଏହା ସହ ଦୁର୍ଗନ୍ଧ ମଧ୍ୟ ହେଉଛି । ମାଛ ବିକ୍ରି ପାଇଁ ଆରଏମସିର ବଜାର ରହିଛି ସେଠାକୁ ନ ଯାଇ ବେଆଇନ  ଭାବେ ଏଣେ ତେଣେ ପକାଉଛନ୍ତି । ଏଣୁ ଏ ଦିଗରେ ଆଗକୁ ଆହୁରି ଏକ ବଡ଼ ଧରଣର ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ଏନଏସିର କମ୍ବୁପାଣି ପାଣିଗ୍ରାହୀ,ବୀରବର ବେହେରା ,ସୁଶାନ୍ତ ପଣ୍ଡା ,ପ୍ରବୀଣ ପାତ୍ର , ନରେଶ ନାୟକ, ସୂର୍ଯ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories