ଫୁଲବାଣୀ: ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଁ ସୁରାଦେଇ ଫ୍ରେଣ୍ଡସ୍ କ୍ଲବର ତୃତୀୟ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ସମ୍ବେପଦର ଜଳାଶୟ ନିକଟରେ ତୃତୀୟ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଜୁରୀପଡା ତହସିଲଦାର ତଥା ବିଡ଼ିଓ ସୌମ୍ୟରଞ୍ଜନ ପାତ୍ର ସମ୍ମାନୀତ ଅତିଥି ରୂପେ ଖଜୁରୀପଡା ରାଜସ୍ୱ ନୀରିକ୍ଷକ ଜୟନ୍ତ କୁମାର ସାହୁ, ଶିକ୍ଷକ ଦଶରଥ ପ୍ରଧାନ, ଶୁଶିଲ ବେହେରା ଯୋଗ ଦେଇ ଥିଲେ। ସମସ୍ତ ସଦସ୍ୟ ମାନେ ପରସ୍ପରକୁ ସ୍ବାଗତ କରି ତହସିଲଦାର ସୌମ୍ୟରଞନ ପାତ୍ର ଦ୍ୱାରା କେକ୍ କଟା ଯାଇଥିଲା ତଦ୍ ସହିତ ସଂଗଠନ କିପରି ଆଗକୁ ଅଧିକ ମଜଭୁତ ହେବ ସେଥି ପାଇଁ ଆଲୋଚନା କରାଯାଇଥିଲା। ତହସିଲଦାର ଶ୍ରୀ ପାତ୍ର କମ୍ ଦିନରେ ଏହି ଅନୁଷ୍ଠାନଟି ଭଲ କାର୍ଯ୍ୟ କରୁଥିବାରୁ ସଂଗଠନକୁ ପ୍ରଶଂସା କରିବା ସହିତ ଧନ୍ୟବାଦ୍ ଦେଇଥିଲେ। ସଂଗଠନ ସରକାରୀ ସ୍ତରରେ ରେଜିଷ୍ଟ୍ରେସନ ଲାଭ କରିଥିବାରୁ ଅନୁଷ୍ଠାନକୁ ସାର୍ଟିଫିକେଟ ପ୍ରଦାନ କରି ଥିଲେ। ଏଥିରେ ସଭାପତି ବିମଳ କୁମାର ମଳିକ, ଉପସଭାପତି ସୁଧାଂଶୁ ବେହେରା, ସମ୍ପାଦକ ବୁଦ୍ଧିଆ ଗଣ୍ଡା ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Popular Categories



