www.samajalive.in
Sunday, December 14, 2025
26.1 C
Bhubaneswar

ଅସହାୟ ବୃଦ୍ଧାଙ୍କ ପାଇଁ ଦରଦୀ ବନ୍ଧୁ ସାଜିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ପାହାର ଶ୍ରିଗିଡା ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ଵିନୀ ଦେବତା। ତାଙ୍କ ପଞ୍ଚାୟତ ଅନ୍ତର୍ଗତ ଖ୍ରୀଷ୍ଟିଆନ ପଡ଼ାରେ ରହନ୍ତି ବୃଦ୍ଧା ପ୍ୟାରୀ ସିଭିଲ (୭୮) ଓ ମାନସିକ ବିକୃତ ପୁଅ ଦାନ ସିଭିଲ। ମା’ ଆଜି ନିଜେ ପୁଅର ସାହାରା ହେବାକୁ ପରିସ୍ଥିତି ବାଧ୍ୟ କରିଛି। ଉପାର୍ଜନକ୍ଷମ ପୁଅ ଏବେ ମାନସିକ ରୋଗରେ। ତେଣୁ ବାର୍ଦ୍ଧକ୍ୟ ଭତ୍ତା ବ୍ୟତୀତ ତାଙ୍କର ଅନ୍ୟ କିଛି ସାହାରା ନାହିଁ। ବର୍ତ୍ତମାନ ପଞ୍ଚାୟତକୁ ଟଙ୍କା ଆଣିବାକୁ ଯିବା ପାଇଁ ମଧ୍ୟ ସେ ଅକ୍ଷମ ହୋଇ ପଡିଛନ୍ତି। ବୃଦ୍ଧାଙ୍କ ଏହି ଅସୁବିଧା କଥା ଜାଣିବା ପରେ ଶ୍ରୀ ଦେବତା ବୃଦ୍ଧାଙ୍କ ଘରକୁ ନିଜେ ଯାଇ ଭତ୍ତା ଟଙ୍କା ଦେଇ ଆସିଥାନ୍ତି ପ୍ରତି ମାସରେ। ଏହା ବ୍ୟତୀତ ତାଙ୍କ ନିଜ ଖର୍ଚ୍ଚରେ କିଛି ଖାଉଟି ସାମଗ୍ରୀ ଦେଇଥାନ୍ତି। ସେ କେବେ କାହାକୁ ଏକଥା କହିନାହାନ୍ତି। କିନ୍ତୁ ତାଙ୍କର ଏହି ମହତ୍ କାର୍ଯ୍ୟକୁ ଦେଖି ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ ଲୋକଙ୍କ ସମ୍ମୁଖରେ ପ୍ରକାଶ କରି ତାଙ୍କୁ ଲୋକଲୋଚନକୁ ଆଣିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories