www.samajalive.in
Tuesday, December 9, 2025
16.1 C
Bhubaneswar

ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି: ଆମେରିକାରେ ଟିକ୍‌ଟକ୍‌କୁ ୭୫ ଦିନର ସଞ୍ଜିବନୀ

ଓ୍ବାଶିଙ୍ଗଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଟିକ୍‌ଟକ୍‌ ବ୍ୟବହାରର ସମୟସୀମା ବଢାଇ ଦେଇଛନ୍ତି। ସୋମବାର ସେ ଏକ ପ୍ରଶାସନିକ ନିର୍ଦେଶନାମାରେ ଦସ୍ତଖତ କରିଛନ୍ତି, ଯାହାଦ୍ଵାରା ଚୀନ୍‌ର ସର୍ଟ ଭିଡିଓ ଶେୟାରିଂ ପ୍ଲାଟଫର୍ମ ଟିକ୍‌ଟକ୍‌ର ବ୍ୟବହାର ୭୫ ଦିନ ପାଇଁ ବୃଦ୍ଧି ହୋଇଛି। ଏହି ସମୟସୀମା ମଧ୍ୟରେ ଟ୍ରମ୍ପ ଏପରି ଏକ ପ୍ରସ୍ତାବକୁ ଆଗକୁ ନେବାକୁ ଯୋଜନା କରିଛନ୍ତି, ଯାହା ୧୭୦ ମିଲିୟନ ଆମେରିକୀୟଙ୍କ ଦ୍ୱାରା ବ୍ୟବହୃତ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲାଗିବାରୁ ରକ୍ଷା କରିବ ଏବଂ ଜାତୀୟ ସୁରକ୍ଷାକୁ ମଧ୍ୟ ଅତୁଟ ରଖିବ।

ଟ୍ରମ୍ପଙ୍କ ଦ୍ଵାରା ସ୍ୱାକ୍ଷରିତ ଆଦେଶରେ କୁହାଯାଇଛି, ‘‘ମୁଁ ଆଜିଠାରୁ ୭୫ ଦିନ ପର୍ଯ୍ୟନ୍ତ ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ କୌଣସି ପଦକ୍ଷେପ ନ ନେବାକୁ ଆଟର୍ଣ୍ଣି ଜେନେରାଲଙ୍କୁ ନିର୍ଦ୍ଦେଶ ଦେଉଛି, ଯଦ୍ଵାରା ମୋ ପ୍ରଶାସନକୁ ବ୍ୟବସ୍ଥିତ ଉପାୟରେ ଆଗକୁ ବଢିବାକୁ ଉଚିତ୍‌ ମାର୍ଗ ନିର୍ଦ୍ଧାରଣ କରିବାର ସମୟ ମିଳିପାରିବ।’’

- Advertisement -

ସୂଚନାଯୋଗ୍ୟ, ଗତ ବର୍ଷ ଏପ୍ରିଲ ମାସରେ ଜୋ ବାଇଡେନ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ସହ ଜଡ଼ିତ ବିଧେୟକରେ ଦସ୍ତଖତ କରିଥିଲେ। ଗୃହ ଏବଂ ସିନେଟରେ ବ୍ୟାପକ ଦ୍ୱିପାକ୍ଷିକ ବହୁମତରେ ଏହି ବିଲ୍ ପାରିତ ହୋଇଥିଲା। ଏହି ବିଲ୍ ମାଧ୍ୟମରେ ଟିକ୍‌ଟକ୍‌ର ମୂଳ କମ୍ପାନୀ ବାଇଟ୍ ଡାନ୍ସକୁ ଆପ୍‌ରୁ ଅଲଗା ହେବା କିମ୍ବା ଆମେରିକା ଆପ୍ ଷ୍ଟୋର୍‌ରୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ୨୭୦ ଦିନର ସମୟ ଦିଆଯାଇଥିଲା। ଏଥିପାଇଁ ଜାନୁଆରୀ ୧୯ ଶେଷ ତାରିଖ ଥିଲା। ଇତି ମଧ୍ୟରେ ଲୋକପ୍ରିୟ ଭିଡିଓ ଶେୟାରିଂ ଆପ୍ ଟିକ୍‌ଟକ୍‌ ଜାନୁଆରୀ ୧୮ରେ ବନ୍ଦ ହୋଇଯାଇଥିଲା। ତେବେ ସମୟସୀମା ବୃଦ୍ଧି କରିବା ନେଇ ଟ୍ରମ୍ପ ପ୍ରତିଶ୍ରୁତି ଦେବାପରେ ଆପ୍‌ ଏହାର ସେବାକୁ ପୁନଃ ଆରମ୍ଭ କରିଛି।

 

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories