www.samajalive.in
Sunday, December 14, 2025
18.1 C
Bhubaneswar

ଧାମନଗର-ଷେଣ୍ଢପୁର ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ

ଦୋବଲ : ଭଦ୍ରକ ଜିଲାର ଧାମନଗର-ଷେଣ୍ଢପୁର ଭାୟା ଦୋବଲ ରାସ୍ତାର ମୁସ୍ତଫାପୁର ଘୋଡ଼ାଗଣ୍ଡ ନାଳ ନିକଟରେ ନିର୍ମାଣାଧିନ ରାସ୍ତାକୁ ନେଇ ଅଭିଯୋଗ ଆସିଛି। କାମ ଅତି ନିମ୍ନମାନର ହେଉଛି ବୋଲି ଦୋବଲ ବାସିନ୍ଦା ଜିଲ୍ଲା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କିମ୍ବା କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ କରିବା ଲାଗି ଲୋକେ ଦାବି ଜଣାଇଛନ୍ତି। ନ ହେଲେ କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

ଏହି ରାସ୍ତାଟି ଚାରୋଟି ପଞ୍ଚାୟତର ଜୀବନରେଖା। ପ୍ରାୟ ୪୦ ହଜାର ଲୋକଙ୍କ ମୁଖ୍ୟ ସଡ଼କ। ସକାଳୁ ଉଠିଲେ ପ୍ରାୟ ୩ ହଜାର ଲୋକ ଏହି ରାସ୍ତା ଉପରେ ଚଢ଼ନ୍ତି। ଅଫିସ ଟାଇମ ହୋଇଗଲେ ପ୍ରାୟ ୧୦ ହଜାର ଲୋକ ଏ ବାଟେ ଯାଆସ କରନ୍ତି। ସେମିତି ଶହ ଶହ ଚାଷୀ, କଲେଜ ଛାତ୍ରଛାତ୍ରୀ, ରାଜନୈତିକ ଦଳର କର୍ମୀ ଓ ନେତା ଏହି ରାସ୍ତା ଉପରେ ଗଲେ ବ୍ଲକରେ ପହଞ୍ଚନ୍ତି। ଖଡ଼ିପଦା, ଦୋବଲ ଓ ଧାମନଗର ବଜାରରୁ ସଉଦା କିଣନ୍ତି। ରାସ୍ତା କଡ଼ରେ ୩ଟି ହାଇସ୍କୁଲ, ଦୁଇଟି ହାଟ ଓ ଗୋଟିଏ କଲେଜ ଅଛି। ରାସ୍ତାକୁ ଲାଗିକି ୨ଟି ବସଷ୍ଟାଣ୍ଡ, ଗୋଟିଏ ଟ୍ରେକର ଷ୍ଟାଣ୍ଡ ଓ ଗୋଟିଏ ହସ୍ପିଟାଲ ଓ ପଶୁ ଡାକ୍ତରଖାନା ରହିଛି। ମୁଖ୍ୟ ରାସ୍ତା ପାର୍ଶ୍ବରେ ୪ଟି ବ୍ୟାଙ୍କ, ଗୋଟିଏ ଥାନା ଓ ସବ୍ ପୋଷ୍ଟ ଅଫିସ, ଜଳ ସଂପଦ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟବି ରହିଛି। ଏସବୁକୁ ଦେଖିଲେ ରାସ୍ତାଟି ଭଲ ହେବା ଆବଶ୍ୟକ। ହେଲେ ରାସ୍ତା ତିଆରି ଭଲ ହେଉନାହିଁ। ଦୀର୍ଘ ବର୍ଷର ଦାବି ପରେ ଭଦ୍ରକ ଜିଲ୍ଲା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ରାସ୍ତାର ପ୍ରଶସ୍ତିକରଣ ଓ ସୁଦୃଢ଼ୀକରଣ କାମ ହେଉଛି। ଏଥିଲାଗି ୪ କୋଟି ୭୧ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଛି। ହେଲେ ଠିକାଦାର ଠିକା ନେଇ ନିମ୍ନମାର କାମ କରୁଛି। ନଦୀ ବାଲି ବଦଳରେ ବାଲିଆ ମାଟି ପକାଯାଉଛି। ନିର୍ଦ୍ଧାରିତ ଚିପ୍ସ ବଦଳରେ ଶସ୍ତା ଓ ନିମ୍ନମାନର ଚିପ୍ସ, ବୋଲଡର ବ୍ୟବହାର କରାଯାଉଛି। ସେହିଭଳି ରାସ୍ତା ନିର୍ମାଣ ଲାଗି ରାଜ୍ୟ ସରକାର ନିର୍ଦ୍ଧାରଣ କରିଥିବା ସିମେଣ୍ଟ ବଦଳରେ ଅନ୍ୟ କମ୍ପାନୀ ସିମେଣ୍ଟ ବ୍ୟବହାର କରାଯାଉଛି। ରାସ୍ତା ପାଇଁ ପ୍ରସ୍ତୁତ ହୋଇଥିବା ଲେଆଉଟ୍, ଡିଜାଇନ୍ ଓ ସ୍ପେସିଫିକେସନରେ ଗ୍ରେଡ୍ ୪୩ ଓ ୫୩ ସିମେଣ୍ଟ ବ୍ୟବହାର ଓ ଏମ୍-୨୫ ସିମେଣ୍ଟ ମିକ୍ସରେ କାମ ହେବା କଥା। ହେଲେ ମନଇଛା ସିମେଣ୍ଟ, ବାଲି ଓ ଚିପ୍ସ ଭାଗ ମିକ୍ସ କରି ଗାର୍ଡ ୱାଲ୍ କରାଯାଉଛି।

- Advertisement -

ଧାମନଗର ବ୍ଲକ ବନ୍ୟାପ୍ଳାବିତ ଅଞ୍ଚଳ। ରାସ୍ତାର ଉପରମୁଣ୍ଡରେ ତିନି ତିନିଟି ଏସକେପ୍ ଜରିଆରେ ବନ୍ୟା ଜଳ ଏହିବାଟେ ନିଷ୍କାସନ ହୋଇଥାଏ। ଏଣୁ ବନ୍ୟା ସମୟରେ ରାସ୍ତା ଉପରେ ପାଣି ସ୍ରୋତ ଅଧିକ ରହିଥାଏ। ସ୍ରୋତ ଯୋଗୁଁ ଅତ୍ୟଧିକ ଚାପ ମଧ୍ୟ ପଡ଼ିଥାଏ। ସଙ୍କୁଚିତ ଅଞ୍ଚଳରେ ହଜାର ହଜାର କ୍ୟୁସେକ୍ ପାଣି ଅଳ୍ପ ସମୟ ମଧ୍ୟରେ ନିଷ୍କାସନ ହେଉଥିବାରୁ ରାସ୍ତା ନଷ୍ଟ ହୋଇଥାଏ। ଏସବୁକୁ ଦେଖିଲେ ରାସ୍ତା ନିର୍ମାଣ ପାଇଁ ବନ୍ୟା ନିରୋଧି ଓ ଅତ୍ୟଧିକ ଶକ୍ତିଶାଳୀ ନିର୍ମାଣ ହେବା ଆବଶ୍ୟକ। ଏଥିଲାଗି ହାଇଡ୍ରୋଲୋଜି ଷ୍ଟ୍ରକଚର, ଡ୍ୟାମ ନିର୍ମାଣ ଜ୍ଞାନକୌଶଳରେ ରାସ୍ତା ତିଆରି କରିବା କଥା। ସିମେଣ୍ଟ ମିକ୍ସ ବା କଂକ୍ରିଟ ମିକ୍ସରେ କୌଣସି ପ୍ରକାର ବୁଝାମଣା କରାଯିବା ଅନୁଚିତ। ଏହାସହ ବଡ଼ ପ୍ରକଳ୍ପ ହୋଇଥିବାରୁ କଂକ୍ରିଟ କାମ ବେଳେ ବିଭାଗୀୟ ଅଧିକାରୀ ଯନ୍ତ୍ରୀ ଉପସ୍ଥିତ ରହି କାମ କରିବା କଥା। ବଡ଼କଥା ହେଉଛି, ଯିଏ ଠିକା ନେଇଛନ୍ତି, ସିଏ କି ତାଙ୍କ ଲୋକ କେହି ରହୁନାହାନ୍ତି। ତେବେ ଏନେଇ ଧାମନଗର ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ବାରମ୍ବାର ଫୋନ କରିବାରୁ ସେ ଫୋନ ଉଠାଇନଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories