www.samajalive.in
Saturday, December 13, 2025
18.1 C
Bhubaneswar

ଭାର ଉତ୍ତୋଳନରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ମହିଳା ଦଳକୁ ରୌପ୍ୟ ପଦକ

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ପଞ୍ଜାବ ସ୍ଥିତ ଲୋଭଲି ପ୍ରଫେସନାଲ ୟୁନିଭରସିଟିଠାରେ ଚଳିତ ମାସ ୨୦ ଓ ୨୧ ତାରିଖରେ ଅନୁଷ୍ଠିତ ଉତ୍ତର-ପୂର୍ବାଞ୍ଚଳ ଅନ୍ତଃ ବିଶ୍ବବିଦ୍ୟାଳୟ ଭାର ଉତ୍ତୋଳନ ମହିଳା ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରୌପ୍ୟ ପଦକ ହାସଲ କରିଛି l ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ରିଙ୍କି ନାୟକ ୪୫ କେ.ଜି ବର୍ଗରେ ଭାଗ ନେଇଥିଲେ l ସେ ସ୍ନ୍ନlଚ ରେ ୬୩ କେ. ଜି ଏବଂ ଜାର୍କରେ ୮୧ କେ. ଜି ମୋଟ ୧୪୪ କେ. ଜି ଭାର ଉତ୍ତୋଳନ କରି ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବା କ୍ରୀଡ଼ା ପରିଷଦ ପକ୍ଷରୁ ସୂଚନା ମିଳିଛି l ମେନେଜର ବନିତା ଘଡେଇ, କୋଚ ଦାମିନୀ କୁମାରୀ ସାହୁ କ୍ରୀଡ଼ା ପରିଷଦକୁ ସୂଚନା ଦେଇଥିବା ଜଣାପଡିଛି l ପଦକ ହାସଲ କରିଥିବାରୁ କ୍ରୀଡ଼ା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ,କ୍ରୀଡ଼ା ପରିଷଦ ସମ୍ପାଦକ ଡ.ସାରଦା ପ୍ରସାଦ ସାହୁ,ରାଜେଶ ମହାନ୍ତି, ରବି ଚରଣ ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories