www.samajalive.in
Thursday, December 11, 2025
18.1 C
Bhubaneswar

ରକ୍ତ ଜୁଡ଼ୁବୁଡ଼ୁ ସୈଫ୍‌ଙ୍କୁ ନେଇଥିଲେ ଡାକ୍ତରଖାନା, ମିଳିଲା ପୁରସ୍କାର

ମୁମ୍ବାଇ: ଘରେ ହୋଇଥିବା ଆକ୍ରମଣରେ ଆହତ ଅଭିନେତା ସୈଫ୍‌ ଅଲୀ ଖାନଙ୍କୁ ଡାକ୍ତରଖାନା ନେଇଥିବା ଅଟୋ ଚାଳକଙ୍କୁ ମିଳିଲା ପୁରସ୍କାର। ଅଟୋ ଚାଳକ ଭଜନ ସିଂହ ରାଣାଙ୍କୁ ସୋସିଆଲ ମିଡିଆ ଇନଫ୍ଲୁଏନସର ଫୈଜାନ ଆନ୍‌ସାରୀ ସୋମବାର ସମ୍ମାନିତ କରି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଫୈଜାନ ରିକ୍ସା ଚାଳକମାନଙ୍କ ଉପସ୍ଥିତିରେ ଭଜନ ସିଂହ ରାଣାଙ୍କୁ ସମ୍ମାନିତ କରିଛନ୍ତି ଏବଂ ତାଙ୍କୁ ୧୧, ୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

ଭଜନ ସିଂହ ରାଣା କହିଛନ୍ତି, ମୁଁ ମୋ ଜୀବନରେ କେବେ ଭାବି ନଥିଲି ଯେ ଏପରି କିଛି ଘଟିବ। ମୁଁ ବହୁତ ଗର୍ବିତ ଅନୁଭବ କରୁଛି। ସମ୍ମାନିତ ହୋଇ ବହୁତ ଭଲ ଲାଗୁଛି। ସେ କହିଛନ୍ତି, ମୋତେ ଖୁସି ଲାଗୁଛି ଯେ ମୁଁ କାହାକୁ ସାହାଯ୍ୟ କରିଛି। ସାଧାରଣତଃ ଲୋକେ କାହାକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିଲେ ଭୟଭୀତ ହୋଇଯାଆନ୍ତି ଏବଂ ମୁଁ ମଧ୍ୟ କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିଲି। ହୁଏତ ପୁଲିସ୍ ମାମଲାରେ ଫସିଯିବି ବୋଲି ଭାବି ମୁଁ ଡରି ଯାଇଥିଲି। ତଥାପି ମୁଁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲି, ଏହା ମୋତେ ବେଶ୍‌ ଆନନ୍ଦିତ କରୁଛି। ରାଣା କହିଛନ୍ତି ଯେ, ଚର୍ଚ୍ଚାକୁ ଆସିବା ପରେ ତାଙ୍କ ଦୈନନ୍ଦିନ କାର୍ଯ୍ୟ ଖୁବ୍‌ ବ୍ୟସ୍ତବହୁଳ ହୋଇପଡ଼ିଛି ଏବଂ ତାଙ୍କୁ ଅନେକ ସାକ୍ଷାତକାର ଦେବାକୁ ପଡ଼ୁଛି, ଯେଉଁ କାରଣରୁ ସେ ଏବେ ଅଟୋ ଚଳାଇ ପାରୁନାହାନ୍ତି।

- Advertisement -

ଭଜନ ସିଂହ ରାଣାଙ୍କୁ ସମ୍ମାନିତ କରିଥିବା ଫୈଜାନ ଆନ୍‌ସାରୀ ଅଟୋ ଚାଳକଙ୍କୁ ରିୟଲ ହିରୋ ବୋଲି କହିଛନ୍ତି। ଫୈଜାନ କହିଛନ୍ତି, ସୈଫ୍‌ ଅଲୀ ଖାନଙ୍କୁ ଆଜି ଯେଉଁ ନୂଆ ଜୀବନ ମିଳିଛି, ତାହା କେବଳ ଭଜନ ସିଂହଙ୍କ ପାଇଁ, ତେଣୁ ମୁଁ ଅନୁରୋଧ କରୁଛି ସେ ତାଙ୍କୁ କିଛି ସାହାଯ୍ୟ କରନ୍ତୁ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories