ସମାଜ ଡିଜିଟାଲ ଡେସ୍କ: କଲକାତା ଆରଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ସଞ୍ଜୟ ରଏକୁ ସୋମବାର ସିଆଲଦା କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ସଞ୍ଜୟକୁ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ତେବେ ଅଦାଲତଙ୍କ ରାୟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସନ୍ତୁଷ୍ଟ ନ ଥିବା ପ୍ରକାଶ କରିଛନ୍ତି। ମମତା ଗଣମାଧ୍ୟମକୁ କହିଛନ୍ତି, ଅଭିଯୁକ୍ତକୁ ଫାଶୀ ଦଣ୍ଡ ମିଳିବ ବୋଲି ସେ ଆଶା କରିଥିଲେ। କିନ୍ତୁ ତାହା ହେଲା ନାହିଁ। ଏଥିପାଇଁ ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇର ତଦନ୍ତକୁ ଦାୟୀ କରିଛନ୍ତି। ସିବିଆଇ ଠିକ ଭାବେ ତଦନ୍ତ କରି ନ ଥିବାରୁ ଅଦାଲତ ଦୋଷୀକୁ କଠୋର ଦଣ୍ଡ ଦେଇପାରିଲେ ନାହିଁ। କଲକାତା ପୁଲିସ ମାମଲାର ତଦନ୍ତ କରିଥିଲେ ଦୋଷୀକୁ ନିଶ୍ଚିତ ରୂପେ ଫାଶୀ ଦଣ୍ଡ ମିଳିଥାଆନ୍ତା ବୋଲି ମମତା କହିଛନ୍ତି।
Popular Categories



