www.samajalive.in
Tuesday, December 9, 2025
26.1 C
Bhubaneswar

ଟ୍ରମ୍ପଙ୍କ ସାନ୍ଧ୍ୟ ଭୋଜନରେ ଅମ୍ବାନୀ ଦମ୍ପତି

ସମାଜ ଡିଜିଟାଲ ଡେସ୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରାତି ପ୍ରାୟ ୧୦ଟାରେ ଶପଥ ଗ୍ରହଣ କରିବେ। ଏହି ଉତ୍ସବକୁ ସାରା ବିଶ୍ଵ ଚାହିଁ ରହିଥିବାବେଳେ ଏଥିରେ ବିଭିନ୍ନ ଦେଶର ନେତା, ଶିଳ୍ପପତି ଓ ଉଦ୍ୟୋଗବିତ୍‌ମାନେ ଯୋଗଦେବା ଲାଗି ଆମନ୍ତ୍ରିତ ହୋଇଛନ୍ତି। ତେବେ ଶପଥଗ୍ରହଣ ଉତ୍ସବ ଆରମ୍ଭ ହେବା ପୂର୍ବରୁ ଟ୍ରମ୍ପ ଏକ ସାନ୍ଧ୍ୟ ଭୋଜନର ଆୟୋଜନ କରିଥିଲେ। ଯେଉଁଥିରେ ବହୁ ଶିଳ୍ପପତି, ରାଜନେତା, ଉଦ୍ୟୋଗବିତ୍‌ଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରେ ଭାରତୀୟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ତଥା ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନୀ ଯୋଗଦେଇଥିଲେ। ଉଭେୟ ଟ୍ରମ୍ପଙ୍କୁ ଭେଟି କିଛି ସମୟ କଥା ହେବା ସହିତ ଫଟୋ ବି ଉଠାଇଥିଲେ।

ମୁକେଶ ଓ ନୀତା ଅମ୍ବାନୀଙ୍କ ବ୍ୟତୀତ ଏମ୩ଏମ ଡେଭଲପର୍ସର ପରିଚାଳନା ନିର୍ଦେଶକ ପଙ୍କଜ ବଂଶଲ, ଟାଇବେକା ଡେଭଲପର୍ସ ପ୍ରତିଷ୍ଠାତା କଳ୍ପେଶ ମେହେଟ୍ଟା ମଧ୍ୟ ସାମିଲ ହୋଇଥିଲୋ। ତା’ ସହିତ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ, ମେଟା ସିଇଓ ମାର୍କ ଜୁଗରବର୍ଗ ଏବଂ ଟେସଲା ଓ ଏକ୍ସ ମୁଖ୍ୟ ଏଲନ ମସ୍କଙ୍କ ଭଳି ବ୍ୟକ୍ତିତ୍ଵ ମଧ୍ୟ ନୈଶ୍ୟ ଭୋଜନରେ ଯୋଗଦେଇଥିଲେ।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories