www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତ ମୋବିଲିଟି ଏକ୍ସପୋରେ ନଜର ଆସିଲା ଏମିତି ଟାୟାର, ବଢାଇବ ଗାଡିର ମାଇଲେଜ୍

ନୂଆଦିଲ୍ଲୀ : ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ଅନେକ କମ୍ପାନୀର ନୂଆ ଉତ୍ପାଦ ଦେଖିବାକୁ ମିଳୁଛି । କିଛି କମ୍ପାନୀ ନୂଆ ଗାଡି ପ୍ରଦର୍ଶିତ କରୁଥିବାବେଳେ କିଛି କମ୍ପାନୀ ଗାଡିର ଯନ୍ତ୍ରାଂଶ ପ୍ରଦର୍ଶିତ କରୁଛନ୍ତି । ଏଥିରେ ରାଲସନ୍ କମ୍ପାନୀର ଟାୟାର୍ ମଧ୍ୟ ସାମିଲ । କମ୍ପାନୀ ଅଟୋ ଏକ୍ସପୋରେ ନିଜ ବାଣିଜ୍ୟିକ ଟାୟାରକୁ ବଜାରକୁ ନେଇଆସିଛି । କମ୍ପାନୀ ସାଇକେଲ ଟାୟାରରେ ଲିଡ୍ କରୁଛି । ଏବେ ଅଟୋମେଟିଭ୍ ଏବଂ କମର୍ସିଆଲ୍ ଟାୟାର କ୍ଷେତ୍ରରେ ମଧ୍ୟ ନିଜ ସ୍ଥିତି ମଜଭୁତ କରିବାକୁ ଚାହୁଁଛି ।

୨୦୨୩ରେ ଇନ୍ଦୋରରେ ନିଜ ଅତ୍ୟାଧୁନିକ କାରଖାନାର ଉଦଘାଟନ ପରଠୁ କମ୍ପାନୀ ନିଜ ଚାହିଦାକୁ ପୁରା କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଛି ।  ପୂର୍ବରୁ କମ୍ପାନୀ ଆମେରିକା, ୟୁରୋପ, ଆଫ୍ରିକା ସହିତ ବୈଶିକ ବଜାରରେ ଥିବା ଚାହିଦାକୁ ପୁରା କରୁଛି । ଏବେ ଏହି ସୁବିଧା ଓ ଉତ୍ପାଦନ କ୍ଷମତା ସହିତ ବଢୁଥିବା ଭାରତୀୟ ବଜାରର ଚାହିଦାକୁ ପୁରା କରିବା ପାଇଁ ପ୍ରୟାସ କରୁଛି କମ୍ପାନୀ । ଏହା ସହ କମ୍ପାନୀ କିଛି ଭିନ୍ନ ପଦକ୍ଷେପ ନେଇ ନିଜ ପ୍ରତିଯୋଗୀଙ୍କଠୁ ଆଗରେ ରହିବା ପାଇଁ ଯୋଜନା କରୁଛି । ଅଟୋ ଏକ୍ସପୋରେ କମ୍ପାନୀ ନିଜ ନୂଆ ଟାୟାର ପ୍ରଦର୍ଶିତ କରି ଏହା ଗାଡିର ମାଇଲେଜ୍ ବୃଦ୍ଧି କରିବ ବୋଲି ଦାବି କରିଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories