www.samajalive.in
Sunday, December 14, 2025
26.1 C
Bhubaneswar

ଡ୍ରୋନ୍ ,ଏଆଇ ଦେବ ଖଣି ଠିକଣା

ଭୁବନେଶ୍ଵର: ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡିଶା। ଏଠାରେ ଲୁହାପଥରଠାରୁ ଆରମ୍ଭ କରି ଗ୍ରାଫାଇଟ୍ ଏବଂ ମାଙ୍ଗାନିଜ୍  ପର୍ଯ୍ୟନ୍ତ ବହୁ ମୂଲ୍ୟବାନ୍ ଖଣି ରହିଛି। ରାଜ୍ୟର ଖଣିଜ ସମ୍ପଦ ତାଲିକାରେ ପୁଣି ଏକ ମୂଲ୍ୟବାନ୍ ଖଣିଜ ପଦାର୍ଥ ଯୋଡି ହେବାକୁ ଯାଉଛି। ଖଣି ଏବଂ ଶିଳ୍ପ ବିହୀନ ନୟାଗଡ ଜିଲ୍ଲା ମାଟି ତଳେ ଲିଥିୟମ୍ ଭଳି ମୂଲ୍ୟବାନ୍ ଖଣିଜ ସମ୍ପଦର ସନ୍ଧାନ ମିଳିଛି। ଏଥିସହିତ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଜଳଦିହା ଗାଁରେ ସୁନା ଖଣି ସନ୍ଧାନ ମିଳିଥିବା ଭାରତୀୟ ଭୂତତ୍ତ୍ଵ ସର୍ବେକ୍ଷଣ ପକ୍ଷରୁ ସୂଚନା ମିଳିଛି। ସିଜିପିବିର ୬୪ତମ ବୈଠକ ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଖଣି ସଚିବ ଭି.ଏଲ୍ କାନ୍ତାରାଓ ଅଧ୍ୟକ୍ଷତା କରିଥିବାବେଳେ ଜିଏସଇର ମହାନିର୍ଦେଶକ ଅସିତ୍ ଶାହା , ଉପମହାନିର୍ଦେଶକ ପଙ୍କଜ କୁମାର , ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ସଞ୍ଜୟ ଲୋହିଆ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories