www.samajalive.in
Sunday, December 14, 2025
26.1 C
Bhubaneswar

ବେଆଇନ ମାଦକ ଦ୍ରବ୍ୟ କାରବାର ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର/ବ୍ରହ୍ମପୁର: ଗଞ୍ଜାମ ଜିଲା ଅନ୍ତର୍ଗତ ସୋନାପୁର ଇକୋ ରିଟ୍ରିଟ ଠାରେ ଅବକାରୀ ବିଭାଗ ପକ୍ଷରୁ ବରିଷ୍ଠ ଅବକାରୀ ଅଧିକାରୀମାନଙ୍କ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଅବକାରୀ ବିଭାଗକୁ ଚଳଚଞ୍ଚଳ ଓ ସଂପୂର୍ଣ୍ଣ କ୍ରିୟାନ୍ବୟନ କରିବା ଦିଗରେ ଅଧିକାରୀମାନଙ୍କୁ ଉଦବୋଧନ ଦେଇଥିଲେ I ରାଜ୍ୟରେ ବେଆଇନ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଆଦିର ଚୋରା ଚାଲାଣକୁ ସଂପୂର୍ଣ୍ଣ ରୂପେ ରୋକିବା ଦିଗରେ ଅବକାରୀ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିୟମିତ ଭାବରେ ଚ଼ଢାଉ କରି ବେଆଇନ ସାମଗ୍ରୀ ମାନ ଜବତ କରୁଥିବାରୁ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେଯେ ରାଜ୍ୟର ପ୍ରତି ଜିଲାରେ ଅବକାରୀ ବିଭାଗ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଉଛି। ଆଗାମୀ ଦିନରେ ରାଜ୍ୟରେ ଅବକାରୀ ଏକାଡେ଼ମୀ ପ୍ରତିଷ୍ଠା କରାଯିବା ନେଇ ସରକାର ଚିନ୍ତା କରୁଛନ୍ତି । ଅବକାରୀ ବିଭାଗକୁ ସଂପୂର୍ଣ୍ଣ ରୂପେ ସଶକ୍ତିକରଣ କରାଯିବା ସହ ଅବକାରୀ ବିଭାଗର ନୂତନ ନୀତି ବିଷୟରେ ଆଲୋଚ଼ନା କରିଥିଲେ।

- Advertisement -

ଏଥିସହିତ ଅବକାରୀ ଆଇନର ସଂଶୋଧନ, ପ୍ରଚଳିତ ଆଇନକୁ ସଂଶୋଧନ କରି ଦଣ୍ଡବିଧାନ ହାର ବୃଦ୍ଧି, ବେଆଇନ ମାଦକ କାରବାର ନେଟୱାର୍କକୁ ଧ୍ୱଂସ କରିବା, ନିୟମିତ ଅବକାରୀ ଅଧିକାରୀଙ୍କ ପ୍ରଶିକ୍ଷଣ ବ୍ୟବସ୍ଥା, ନୂତନ ଅବକାରୀ ଥାନା ଗଠନ ସହ ଷ୍ଟ୍ରବେରୀ, ବ୍ଲୁବେରି ଚାଷ ମାଧମରେ ବିକଳ୍ପ ଜୀବିକା ପ୍ରୋତ୍ସାହନ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା I ପ୍ରଥମ ଥର ଲାଗି ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧିକାରୀମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ମେଡ଼ିଟେସନ, ଯୋଗ ଏବଂ ଷ୍ଟ୍ରେସ ମ୍ୟାନେଜମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ପଡୋଶୀ ରାଜ୍ୟର ଅଭିଜ୍ଞ ଅଧିକାରୀଙ୍କୁ କର୍ମଶାଳାରେ ସାମିଲ କରାଯାଇଥିଲା I

ଏହି କାର୍ଯ୍ୟକ୍ରମରେ ଅବକାରୀ ବିଭାଗର‌ କମିଶନର ତଥା ଶାସନ ସଚ଼ିବ ଗୁହା ପୁନମ ତାପସ କୁମାର, କମିଶନର ନରସିଂହ ଭୋଳ, ଏନସିବି ଅଧିକ୍ଷକ ସମୀରନ ପାଉଳ, ଡ଼େପୁଟି କମିଶନର ପି.ଶ୍ରୀଦେବୀ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ସାରାଭାନା ବିବେକ ଏମ.ଙ୍କ ସମେତ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories