www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶାରେ ରାୟଗଡ଼଼ାରୁ ‘ସ୍ୱାମୀତ୍ୱ’ ଯୋଜନାର ଶୁଭାରମ୍ଭ, ଉପକୃତ ହେବେ ଦେଶର ୫୦ ହଜାର ଗାଁର ୬୫ ଲକ୍ଷ ହିତାଧିକାରୀ

ରାୟଗଡ଼଼ା: ଆଜି ସମଗ୍ର ଦେଶରେ ‘ସ୍ୱାମୀତ୍ୱ’ଯୋଜନାରେ ହିତାଧିକାରୀଙ୍କୁ ଇ-ସମ୍ପତି କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଯୋଜନା ଦ୍ୱାରା ଦେଶର ୫୦ ହଜାର ଗାଁର ୬୫ ଲକ୍ଷ ହିତାଧିକାରୀ ନିଜ ନିଜ ସମ୍ପତି କାର୍ଡ ପାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ସ୍ୱାମୀତ୍ୱ’ଯୋଜନାରେ ଇ-ସମ୍ପତି କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ‘ସ୍ୱାମୀତ୍ୱ’ଯୋଜନାକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ସମେତ ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ପଂଜାବ, ମହାରଷ୍ଟ୍ର, ଗୁଜରାଟ, ଛତିଶଗଡ଼଼, ହିମାଚଳପ୍ରଦେଶ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର, ଲଦାଖରେ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଏ ଅବସରରେ ଦେଶର ୫ ଜଣ ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ। ମଧ୍ୟପ୍ରଦେଶର ସିହୋର ଜିଲାର ମନୋହର ମିୱାଡା, ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାର ଶ୍ରୀମତି ରଚନା, ମହାରଷ୍ଟ୍ର ନାଗପୁର ଜିଲାର ରୋସନ ସମ୍ଭା ପାଟିଲ, ଓଡ଼ିଶାର ରାୟଗଡ଼଼ା ବ୍ଲକ କୁମୁଟାଲପେଟାର ଗଜେନ୍ଦ୍ର ସଙ୍ଗୀତା ଏବଂ ଜମ୍ମୁ ଓ କାଶ୍ନୀର ସାମ୍ବା ଜିଲାର ଭରିନ୍ଦର କୁମାରଙ୍କ ସହ ବାର୍ତାଳାପ କରିଥିଲେ।

‘ସ୍ୱାମୀତ୍ୱ’ଯୋଜନାରେ ଗରିବ ହିତାଧିକାରୀଙ୍କୁ ସମ୍ପତି କାର୍ଡ ବଣ୍ଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ପଦକ୍ଷେପ। ଏହି ସମ୍ପତି କାର୍ଡ ମାଧ୍ୟମରେ ହିତାଧିକାରୀ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇବା ସହ ବ୍ୟାଙ୍କରୁ ଋଣ ନେଇ ନିଜର ଅର୍ଥନୈତିକ ବିକାଶ କରିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାୟଗଡ଼଼ାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ‘ସ୍ୱାମୀତ୍ୱ’ଯୋଜନାର ଶୁଭାରମ୍ଭ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ୨୦୨୦ ମସିହା ଏପ୍ରିଲ ୨୯ ତାରିଖରେ ଜାତୀୟ ପଞ୍ଚାୟତ ଦିବସରେ ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ବିଷୟରେ ବୁଝାଇଥିଲେ। ଜମିଜମା ରେକର୍ଡର ଡିଜିଟାଇଜେସନ ମାଧ୍ୟମରେ ସ୍ପଷ୍ଟ ସମ୍ପତି ଅଧିକାର ପ୍ରଦାନ ଏହାର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଶ୍ରୀ ମାଝୀ। ଓଡ଼ିଶାରେ ୨୦୨୧ ମସିହା ଫେବୃଆରୀ ୫ ତାରିଖରେ ସ୍ୱାମୀତ୍ୱ କାର୍ଯ୍ୟକ୍ରମ ପାଇଁ ଭାରତୀୟ ସର୍ବେକ୍ଷଣ ବିଭାଗ ସହିତ ଏମଓୟୁ ହୋଇଥିଲା। ଓଡ଼ିଶାର ୫ ଜିଲା ଏହି ଯୋଜନାରେ ସାମିଲ ହୋଇଛି। ରାୟଗଡ଼଼ା, ଝାରସୁଗୁଡା, ଢେଙ୍କାନାଳ, ଗଜପତି ଓ ନବରଙ୍ଗପୁର ଜିଲାରୁ ଏହି ଯୋଜନା ଆରମ୍ଭ ହୋଇଛି। ଭାରତର ସର୍ଭେକ୍ଷଣ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ଡ୍ରୋନ୍‌‌ ମାଧ୍ୟମରେ ସର୍ଭେ ସଠିକ୍‌‌ ଭାବେ ଆକଳନ କରାଯାଇ ସମ୍ପତି କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫ ଜିଲାର ୩୦୩୯ ଗାଁରେ ସର୍ଭେ କାର୍ଯ୍ୟ ଚାଲିଛି। ସେଥିମଧ୍ୟରୁ ୨୭୨୧ଟି ଗାଁରେ ସର୍ଭେ କାମ ଶେଷ ହୋଇଛି। ଏହି ୫ ଜିଲାର ଡ୍ରୋନ ସର୍ଭେ କାମ ସରିବା ପରେ ୧୭୮୫ ଗାଁ ର ୩୯୭୪ଟି ମ୍ୟାପ୍‌‌-୧ କୁ ଭୂମିର ସତ୍ୟତା ଯାଞ୍ଚ ପାଇଁ ସମ୍ପୃକ୍ତ ଜିଲା ମାନଙ୍କୁ ପ୍ରେରଣ କରିଛନ୍ତି। ବର୍ତମାନ ସୁଦ୍ଧା ରାୟଗଡ଼଼ା ଜିଲାର ୨୪୬୨ଟି ମୌଜା ଏବଂ ୨୭୯ଟି ପଡ଼ାରେ ଡ୍ରୋନ ସର୍ଭେ କାମ ସରିଛି। ଜିଲାରେ ସମୁଦାୟ ୨୮୭୦ ଜଣଙ୍କୁ ସମ୍ପତି ପତ୍ର ପ୍ରଦାନ କରାଯାଇଛି। ଆଜି ରାୟଗଡ଼଼ା ଜିଲାର ୨୪୨ ଜଣ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ୧୦ଜଣ ହିତାଧିକାରୀଙ୍କୁ ସମ୍ପତି ପତ୍ର ବଣ୍ଟନ କରିଥିଲେ। ରାୟଗଡ଼଼ା ବ୍ଲକର ୨୧୨ ଜଣ ଓ କୋଲନରା ବ୍ଲକର ୩୦ ଜଣ ହିତାଧିକାରୀ ସମ୍ପତି କାର୍ଡ ପାଇଛନ୍ତି।

- Advertisement -

ଆଜି ପୂର୍ବାହ୍ନ ସାଢେ ୧୧ଟା ବେଳେ ଜିସିଡି ହେଲିପ୍ୟାଡରେ ପହଞ୍ଚଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେଠାରୁ ସିଧା ବିଜୁ ପଟ୍ଟନାୟକ ଅଡିଟୋରିୟମକୁ ଆସି ‘ସ୍ୱାମୀତ୍ୱ’କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼଼ା ବିଧାୟକ ଆପଲାସ୍ୱାମୀ କାଡ୍ରାକା, ବିଷମକଟକ ବିଧାୟକ ନୀଳମାଧବ ହିକକା, ଜିଲାପାଳ ପାରୁଲ ପଟ୍ଟାୱାରୀ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲା ସଭାପତି ଶିବ ପଟ୍ଟନାୟକ, ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ, ଉପସଭାପତି ପଦ୍ମନାଭ ଦାସ, ଗୋପୀ ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅକ୍ଷୟ କୁମାର ଖେମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories