www.samajalive.in
Sunday, December 14, 2025
26.1 C
Bhubaneswar

ଫେବୃଆରୀ ୧୯ରୁ ଚମ୍ପିଆନ୍ସ ଟ୍ରଫି, ଘୋଷଣା ହେଲା ଟିମ୍‌ ଇଣ୍ଡିଆ

ଡେସ୍କ: ଚଳିତ ବର୍ଷ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି କ୍ରିକେଟ ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ମୁମ୍ବାଇରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମା ୧୫ ଜଣିଆ ଦଳ ଘୋଷଣା କରିଛନ୍ତି।

ଦଳରେ ରୋହିତ ଶର୍ମା ଅଧିନାୟକ ଓ ଶୁଭମନ ଗିଲ୍‌ ଉପ-ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଅନ୍ୟ ଖେଳାଳୀମାନଙ୍କ ମଧ୍ୟରେ ଦଳରେ ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି, ଅର୍ଶଦୀପ ସିଂ, ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ରହିଛନ୍ତି। ଆଜି ମଧ୍ୟ ତିନି ମ୍ୟାଚ ବିଶିଷ୍ଟ ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି।

- Advertisement -

ଆସନ୍ତା ଫେବ୍ରୁଆରୀ ୧୯ରୁ ହାଇବ୍ରିଡ୍‌ ମଡେଲରେ ଉଭୟ ପାକିସ୍ତାନ ଓ ଦୁବାଇରେ ଚମ୍ପିଆନ୍ସ ଟ୍ରଫି ଖେଳାଯିବ। ପ୍ରଥମ ମ୍ୟାଚ୍‌ କରାଚୀରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଫେବ୍ରୁଆରୀ ୨୦ରେ ଦୁବାଇରେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍‌ ଖେଳିବ।

ସୂଚନା ଅନୁଯାୟୀ, ଚାମ୍ପିଅନ୍ସ ଟ୍ରଫିରେ ୮ଟି ଦଳ ମଧ୍ୟରେ ୧୫ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଦଳଗୁଡ଼ିକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଥିବା ବେଳେ ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗ୍ରୁପ ‘ଏ’ରେ ରହିଛନ୍ତି। ଗ୍ରୁପ ‘ବି’ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ଇଂଲଣ୍ଡ ଅଛନ୍ତି। ୮ଟି ଦଳ ନିଜ ଗ୍ରୁପରେ ତିନୋଟି ଲେଖାଏଁ ମ୍ୟାଚ୍ ଖେଳିବେ। ପ୍ରଥମ ସେମିଫାଇନାଲ ଦୁବାଇରେ ଓ ଦ୍ୱିତୀୟ ସେମିଫାଇନାଲ ଲାହୋରରେ ଖେଳାଯିବ। ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ତାର ସମସ୍ତ ମ୍ୟାଚ କେବଳ ଦୁବାଇରେ ଖେଳିବ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories