www.samajalive.in
Saturday, December 6, 2025
23.1 C
Bhubaneswar

ମିନି ଟ୍ରକ ଚାପାରେ ଝିଅ ମୃତ, ମାଆ ଗୁରୁତର

ସମ୍ବଲପୁର : ସ୍ଥାନୀୟ ଧନକଉଡାଠାରେ ବସୁଥିବା ବଜାର ନିକଟରେ ଏକ ମିନିଟ୍ରକର ଚାପାରେ ଝିଅ ମୃତ୍ୟୁବରଣ କରିଥିବା ବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ଧନକଉଡା ଅଞ୍ଚଳରେ ସାପ୍ତାହିକ ବଜାର ଥିଲା। ଧନକଉଡା ସ୍ଥିତ ସିଟି ଷ୍ଟେସନ ନିକଟରେ ରହୁଥିବା ଶୁଭାସିନୀ ପ୍ରଧାନ (୪୮) ଓ ଝିଅ ରାଜେଶ୍ୱରୀ ପ୍ରଧାନ (୨୨) ବଜାର କରିବାକୁ ସନ୍ଧ୍ୟା ସମୟରେ ଆସିଥିଲେ। ସେମାନେ ବଜାର କରି ଘରକୁ ଚାଲି ଚାଲି ଫେରୁଥିବା ବେଳେ ଜାତୀୟ ରାଜପଥ କଡରେ ରହିଥିବା ସର୍ଭିସ ରୋଡରେ ପଛରୁ ଏକ ମିନିଟ୍ରକ ପଛରୁ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଫଳରେ ଉଭୟ ମାଆ ଓ ଝିଅ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଆହତ ମାଆ ଓ ଝିଅଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଝିଅ ରାଜେଶ୍ୱରୀର ଅବସ୍ଥା ଗୁରୁତର ହେବାରୁ ତାକୁ ବୁର୍ଲା ଭିମସାରକୁ ନିଆଯାଇଥିଲା। କିନ୍ତୁ ସେଠାରେ ଚିିକତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଛି।
ଅପରପକ୍ଷରେ ଏହି ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଉତ୍ତ୍ୟକ୍ତ ଜନତା କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ପରବର୍ତ୍ତୀ ସମୟରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନା ପ୍ରଶମିତ କରିବା ସହିତ ଟ୍ରକ ଓ ଚାଳକକୁ ଧରିଥିଲା। ସଦର ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଚାଳକକୁ ଅଟକ ରଖାଯାଇଥିବାର ପୁଲିସ କହିଛି।

 

- Advertisement -

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories