www.samajalive.in
Monday, December 15, 2025
26.1 C
Bhubaneswar

ଭିଡିଓରେ ଦୁଃଖଦ ଦୃଶ୍ୟ: ବସରେ ଅଳସ ଭାଙ୍ଗୁଥିଲେ କଣ୍ଡକ୍ଟର, ଚାଲିଗଲା ଜୀବନ

ସମାଜ ଡିଜିଟାଲ ଡେସ୍କ: ମୃତ୍ୟୁ କେତେବେଳେ କିପରି ଆସିବ ତାହା କହିବା କଷ୍ଟକର। ଏମିତି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଗୋଟିଏ ବସରେ। ଜଣେ କଣ୍ଡକ୍ଟର ବସରେ ଯାତ୍ରା କରିବା ସମୟରେ ହୃଦଘାତର ଶିକାର ହୋଇଛନ୍ତି। କ୍ଷଣିକ ମଧ୍ୟରେ ତାଙ୍କ ଜୀବନ ଚାଲିଯାଇଛି। ସାମାଜିକ ଗଣମାଧ୍ୟରେ ପ୍ରସାରିତ ହେଉଥିବା ଏହି ଭିଡିଓ ସମସ୍ତଙ୍କୁ ହତବାକ କରିଛି।

- Advertisement -

ଘଟଣାଟି ମଧ୍ୟପ୍ରଦେଶର ଖରଗୋନ ଜିଲାର ବୋଲି ଜଣାପଡ଼ିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ବସର କଣ୍ଡକ୍ଟର ଆଗ ସିଟରେ ବସିଛନ୍ତି। କିଛି ସମୟ ପରେ ସେ ହାତକୁ ଉପରକୁ ଉଠାଇ ଅଳସ ଭାଙ୍ଗୁଥିଲେ। ହେଲେ ହଠାତ ସେ ସେହିଠାରେ ନିସ୍ତେଜ ହୋଇଯାଇଥିଲେ। ପାଖ ସିଟରେ ବସିଥିବା ଜଣେ ବୟସ୍କ ଯାତ୍ରୀ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କ ଜୀବନ ଦୀପ ଲିଭିଯାଇଥିଲା। ମାତ୍ର ୧୦ ସେକେଣ୍ଡରେ କଣ୍ଡକ୍ଟର ଜଣକ ଆଖି ବୁଜି ଦେଇଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories