www.samajalive.in
Saturday, December 13, 2025
26.1 C
Bhubaneswar

ମଣପୁରମ ଲୁଟ ଘଟଣା, ୨ ଗିରଫ

ସମ୍ବଲପୁର: ମଣପୁରମ ଫାଇନାନ୍ସ ଲୁଟ ଘଟଣାରେ ୨ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ବିହାରରୁ ୨ଜଣ ଅଭିଯୁକ୍ତକୁ ଗିରଫ ପରେ ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ମଣପୁରମରୁ ଲୁଟ ହୋଇଥିବା ସୁନା ମିଳିପାରିନାହିଁ। ଅଧିକ ତଥ୍ୟ ଜାଣିବା ପାଇଁ ଗିରଫ ହୋଇଥିବା ୨ଜଣଙ୍କୁ ପୁଲିସ ରିମାଣ୍ଡରେ ଆଣିପାରେ ବୋଲି ଜଣାପଡ଼ିଛି। ସମ୍ବଲପୁର ମଣପୁରମରେ ଗତ ୩ ତାରିଖରେ ସଶସ୍ତ୍ର ଡକାୟିତ ହୋଇଥିଲା। ୨୮କେଜିର ସୁନା ଅଳଙ୍କାର ଦୁର୍ବୁତ୍ତ ଲୁଟି ନେଇଥିଲେ।

ରାଜ୍ୟର ବହୁ ଚର୍ଚ୍ଚିତ ସମ୍ବଲପୁରର ମଣପୁରମ ଗୋଲ୍ଟ ଲୋନ ଶାଖାରୁ ଗତ ୩ ତାରିଖରେ ହୋଇଥିବା ସୁନା ଓ ଟଙ୍କା ଲୁଟ ଘଟଣାରେ ପୁଲିସ ୨ ଜଣ ଲୁଟିଆଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସଦର ଗତ ୩ ତାରିଖରେ ହୋଇଥିବା ଏହି ଲୁଟ ଘଟଣାରେ ବିହାର ହାଜିପୁର ଜିଲାର ନିବାସୀ ୨ ଲୁଟିଆ ପଙ୍କଜ ପାଶୱାନ (୨୬) ଓ ଅଜୟ ପାଶ୍ୱାନ (୩୨)ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଏସଡିପିଓ ତୁଫାନ ବାଗ ସୂଚନା ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ସହରର ବ୍ୟସ୍ତବହୁଳ ରାସ୍ତା କଡରେ ଥିବା ମଣପୁରମ ଗୋଲ୍ଡ ଲୋନ ସମ୍ବଲପୁର ଶାଖାରୁ ସ୍ପଷ୍ଟ ଦିବାଲୋକରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ମାତ୍ର କେଇ ମିନିଟ ମଧ୍ୟରେ ପ୍ରାୟ ୨୮ କିଗ୍ରା ସୁନା ଓ ୪ ଲକ୍ଷ ୭୧ ହଜାର ଟଙ୍କା ଲୁଟ ଘଟଣାର ୧୩ ଦିନ ବିତିଯିବା ସତ୍ତ୍ୱେ ପୁଲିସର ହାତ ଖାଲି ରହିଛି। ମାତ୍ର କିଛି ମିନିଟ ମଧ୍ୟରେ ହୋଇଥିବା ଏହି ଲୁଟ ଘଟଣାରେ ପ୍ରାୟ ୭ ଜଣ ଅଭିଯୁକ୍ତ ସାମିଲ ରହିଥିବାର ଭାଇରାଲ ହୋଇଥିବା ସିସିଟିଭି ଓ ପୁଲିସ ସୁତ୍ରରୁ ଜଣାପଡ଼ିଥିଲା। କିନ୍ତୁ ପୁଲିସକୁ ଚକମା ଦେଇ ଲୁଟେରା ମାନେ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଅବଶ୍ୟ ଏହି ଲୁଟିଆ ମାନଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କୁ ଧରି ଆଜି କୋର୍ଟକୁ ଚାଲାଣ କରିଥିବା ବେଳେ ଏ ପର୍ଯ୍ୟନ୍ତ ଅନ୍ୟ ଲୁଟିଆ ସହିତ ଲୁଟ ହୋଇଥିବା ସୁନା କିମ୍ବା ଟଙ୍କାର ଟେର ସୁଦ୍ଧା ପାଇ ପାରି ନାହିଁ, ଯାହାକି ପୁଲିସର ବିଫଳତାକୁ ସୂଚାଉଛି। ଅପରପକ୍ଷରେ ପୁଲିସ ତଦନ୍ତ ସମୟରେ ଏହା ବିହାରରେ ଥିବା ଏକ ଗ୍ୟାଙ୍ଗର କାମ ହୋଇଥିବାର ଜାଣି ପାରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories