www.samajalive.in
Sunday, December 14, 2025
19.1 C
Bhubaneswar

ସାମ୍ନାକୁ ଆସିଲା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଯୁବକର ଭିଡିଓ

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଆକ୍ରମଣ କରିଥିବା ଆକ୍ରମଣକାରୀର ଚିହ୍ନଟ ହୋଇଯାଇଛି । ମୁମ୍ବାଇ ପୁଲିସ ଆକ୍ରମଣକାରୀର ଭିଡିଓ ଜାରି କରିଛି । ଅଭିଯୁକ୍ତ ବିଳମ୍ବିତ ରାତିରେ ମୁମ୍ବାଇ ଖାର ସ୍ଥିତ ଗୁରୁ ଶରଣ ଆପାର୍ଟମେଣ୍ଟର ୧୨ତମ ମହଲାସ୍ଥିତ ସୈଫ ଅଲ୍ଲୀଖାନଙ୍କ ଘରେ ପଶି ଚୋରି ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲା ।

- Advertisement -

ମୁମ୍ବାଇ ପୁଲିସ ଅନୁସାରେ ଆକ୍ରମଣକାରୀକୁ ବିଲ୍ଡିଂର ଷଷ୍ଠ ମହଲାରେ ଦେଖିବାକୁ ମିଳିଥିଲା । ସିସିଟିଭି ଫୁଟେଜରେ ସେ ସିଢିରୁ ଓହ୍ଲାଉଥିବା ନଜର ଆସୁଛି । ଫୁଟେଜରେ ଅଭିଯୁକ୍ତର ଚେହେରା ସ୍ପଷ୍ଟ ଦେଖିବାକୁ ମିଳୁଛି । ଡିସିପି ଗେଦାନ ଦିକ୍ଷିତ ଜଣାଇଛନ୍ତି କି ଆକ୍ରମଣକାରୀ ଚୋରି ଉଦ୍ଦେଶ୍ୟରେ ଘରେ ପଶିଥିଲା ଏବଂ ଆକ୍ରମଣ ପରେ ସିଢିରୁ ଓହ୍ଲାଇ ଚାଲିଯାଇଥିଲା । ପୁଲିସ ଜଣାଇଛି କି ସୈଫଙ୍କ ଘରୁ ୩ ଜଣଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଯାଇଛି । ଏଥିରେ ଆକ୍ରମଣରେ ଆହତ ହୋଇଥିବା ଘରୋଇ ସହାୟିକା ମଧ୍ୟ ସାମିଲ ଅଛନ୍ତି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories