www.samajalive.in
Sunday, December 14, 2025
23.1 C
Bhubaneswar

ମହାକାଶକୁ ରକେଟ ଉତକ୍ଷେପଣ କଲା ଜେଫ ବେଜୋସଙ୍କ ବ୍ଲୁ ଅରିଜିନ

ସମାଜ ଡିଜିଟାଲ ଡେସ୍କ: ମହାକାଶ ଶିଳ୍ପରେ ପାଦ ଦେଇ ସଫଳତାର ସ୍ବାଦ ଚାଖିଛନ୍ତି ବିଶିଷ୍ଟ ଶିଳ୍ପପତି ଜେଫ ବେଜୋସ। ତାଙ୍କ କମ୍ପାନୀ ବ୍ଲୁ ଅରିଜିନ ଗୁରୁବାର ମହାକାଶକୁ ପ୍ରଥମ କରି ସଫଳତାର ସହିତ ଏକ ରକେଟ୍‌ ଉତ୍‌କ୍ଷେପଣ କରିଛି। ଫ୍ଲୋରିଡାସ୍ଥିତ କେପ୍‌ କାନାଭେରାଲରୁ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଏହି ରକେଟର ନାମ ରହିଛି ଗ୍ଲେନ ରକେଟ। ମହାକାଶଚାରୀ ଜନ୍‌ ଗ୍ଲେନଙ୍କ ନାମ ଅନୁସାରେ ବ୍ଲୁ ଅରିଜିନ ଏହାର ପ୍ରଥମ ରକେଟର ନାମ ଗ୍ଲେନ ରଖିଛି। ଏହା ୩୨୦ ଫୁଟ ବା ୯୮ ମିଟର ଲମ୍ବ ବିଶିଷ୍ଟ ଏକ ବିରାଟ ରକେଟ। ଏଲନ ମସ୍କଙ୍କ ସ୍ପେଶ ଏକ୍ସ ପ୍ରତିଯୋଗିତାମୂଳକ ମହାକାଶ ଶିଳ୍ପ କ୍ଷେତ୍ରରେ ଆଗରେ ରହିଥିବାବେଳେ ବେଜୋସଙ୍କ ପ୍ରବେଶ ମହାକାଶ ଶିଳ୍ପକୁ ନୂଆ ଦିଗ ପ୍ରଦାନ କରିବ​‌ ବୋଲି କୁହାଯାଉଛି।

ପୃଥିବୀ କକ୍ଷପଥ ପରିଭ୍ରମଣ କରିବାରେ ଜନ ଗ୍ଲେନ ହେଉଛନ୍ତି ପ୍ରଥମ ଆମେରିକୀୟ। ବ୍ଲୁ ଅରିଜିନ ପକ୍ଷରୁ ଗ୍ଲେନ ରକେଟ ସହିତ ସାଟେଲାଇଟର ଏକ ପ୍ରୋଟୋଟାଇପକୁ ମହାକାଶକୁ ପଠାଯାଇଥିଲା। ପୃଥିବୀ କକ୍ଷପଥରେ ୬ ଘଣ୍ଟା ଧରି ରକେଟଟି ପରିଭ୍ରମଣ କରିଥିଲା। ଚଳିତବର୍ଷ ବ୍ଲୁ ଅରିଜିନ କମ୍ପାନୀ ୬ରୁ ୮ଟି ରକେଟ ନିର୍ମାଣ କରିବାକୁ ଯୋଜନା କରିଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories