www.samajalive.in
Saturday, December 13, 2025
26.1 C
Bhubaneswar

ସୈଫ୍‌ ଅଲୀ ଖାନଙ୍କ ଉପରେ ଆକ୍ରମଣ ମାମଲା; ୩ ଅଟକ

ମୁମ୍ବଇ: ବଲିଉଡ଼ ଅଭିନେତା ସୈଫ୍‌ ଅଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ୩ ସନ୍ଦିଗ୍ଧଙ୍କୁ ଅଟକ କରିଛି ପୁଲିସ। ଥାନାରେ ସେମାନଙ୍କୁ ପଚରାଉଚରା ଜାରି ରହିଛି। ଅଟକ ଥିବା ୩ ସନ୍ଦିଗ୍ଧ ଅଭିନେତାଙ୍କ ଘରର କର୍ମଚାରୀ ବୋଲି କୁହାଯାଉଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବଇର ବାନ୍ଦ୍ରା(ପଶ୍ଚିମ)ସ୍ଥିତ ତାଙ୍କ ଘରେ ଡକାୟତି ଉଦ୍ୟମରେ ଅଭିନେତାଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଖବର ଅନୁଯାୟୀ, ଘରର ସହାୟିକା ପ୍ରଥମେ ଚୋରଙ୍କୁ ଦେଖିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଯେତେବେଳେ ଅଭିନେତା ଆସି ସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଚୋର ତାଙ୍କୁ ଏକାଧିକ ଥର ଛୁରୀରେ ଆକ୍ରମଣ କରିଥିଲା।

ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ରାତି ପ୍ରାୟ ୨ଟା ସମୟରେ ଏହି ଘଟଣା ଘଟିଛି। ଅଭିନେତାଙ୍କୁ ଭୋର ୩ଟା ୩୦ ସମୟରେ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅସ୍ତ୍ରୋପଚାର କରାଯାଉଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସୈଫ୍‌ଙ୍କ ଶରୀରର ୬ଟି ସ୍ଥାନରେ ଆଘାତ ଲାଗିଛି, ସେଥି ମଧ୍ୟରୁ ଦୁଇଟି ସ୍ଥାନରେ ଗଭୀର ଆଘାତ ଲାଗିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories