www.samajalive.in
Sunday, December 14, 2025
18.1 C
Bhubaneswar

ଇଞ୍ଜିନିୟରିଂ ଛାତ୍ରଙ୍କଠାରୁ ଲୁଟ୍, ୩ ଅଭିଯୁକ୍ତ ଗିରଫ

ଫୁଲବାଣୀ: ସ୍ଥାନୀୟ ବିଜୁ ପଟ୍ଟନାୟକ ବୈଷୟିକ ଅନୁଷ୍ଠାନରେ ପଢୁଥିବା ଜଣେ ଛାତ୍ରଙ୍କୁ ଛୁରୀ ଦେଖାଇ ଟଙ୍କା ଓ ମୋବାଇଲ ଫୋନ ଲୁଟିବା ମାମଲାରେ ବୁଧବାର ଟାଉନ ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ମୁଣ୍ଡିଆ ସାହିର ଶିବ ନାୟକ(୧୯) ଓ ରାଜେଶ ନାୟକ(୧୯) ଏବଂ ଗୋଚ୍ଛାପଡା ଥାନା କଟ୍ରିଙ୍ଗିଆର ଦୀପକ ଦିଗାଲ(୧୯)।

ସୂଚନା ଅନୁଯାୟୀ, ବିପିଆଇଟିର ଛାତ୍ର ସୁନୀଲ ସ ଗତକାଲି ରାତିରେ ନିଜ ଭାଇ ଓ କିଛି ସାଙ୍ଗଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ସେଠାରୁ ଫେରିବା ସମୟରେ ଏଜେଓ ହାଇସ୍କୁଲ ନିକଟରେ ଅଭିଯୁକ୍ତମାନେ ଏକ ଛୁରୀ ଦେଖାଇ ସେମାନଙ୍କୁ ଡରାଇବା ସହିତ ମୋବାଇଲ ଫୋନ ଓ ଟଙ୍କା ଛଡାଇ ନେଇଥିଲେ। ଏନେଇ ସୁନୀଲ ଟାଉନ ଥାନାରେ ଏତଲା ଦେବାପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବୁଧବାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ମୋବାଇଲ ଓ ଟଙ୍କା ଜବତ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ ପି ସ୍ବରୂପ କିଶନ ସୂଚନା ଦେଇଛନ୍ତି। ମାମଲାର ଅଧିକ ତଦନ୍ତ ଚାଲିଥିବା ତଦନ୍ତ ଅଧିକାରୀ ମନୋରଞ୍ଜନ ଭୋଇ ପ୍ରକାଶ କରିଛନ୍ତି।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories