www.samajalive.in
Sunday, December 14, 2025
26.1 C
Bhubaneswar

ଆମେରିକାର ୧୦ ରାଜ୍ୟରେ ପ୍ରଚଣ୍ଡ ତୁଷାର ପାତ, ତାପମାତ୍ରା ବିଯୁକ୍ତ ୭୦ ଡିଗ୍ରୀ ପହଞ୍ଚିବାର ଚେତାବନୀ

ୱାଶିଂଟନ : ଆମେରିକାର ୧୦ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ମାତ୍ରାରେ ତୁଷାର ପାତ ଜାରି ରହିଛି। ଏବେ ଏହି ୧୦ ରାଜ୍ୟର ତାପମାତ୍ରା ବିଯୁକ୍ତ ୨୦ ଡିଗ୍ରୀ ତଳେ ରହିଛି। ୧୦ ରାଜ୍ୟରେ ସାଧାରଣ ପରିବହନ ବିଭାଗ ଓ ଅନ୍ୟାନ୍ୟ ସେବା ବ୍ୟାହତ ହୋଇଛି ଓ ପରିସ୍ଥିତି ବିପଦଜନକ ସ୍ଥିତିରେ ପହଞ୍ଚିଛି। ଚିକାଗୋ ସହର ଦେଇ ପ୍ରବାହିତ ନଦୀଗୁଡ଼ିକ ଜମାଟବାନ୍ଧି ଯାଇଛି। ଆଗକୁ ତାପମାତ୍ରା ଆହୁରି ଖସିବ ଓ ବିଯୁକ୍ତ ୭୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି ବୋଲି ଆମେରିକା ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଛି। ଏହି ୧୦ ସହରର ପାଣିପାଗ ବିଭାଗ ଅଧିକାରୀ ଏହାକୁ ଆମେରିକାର ଐତିହାସିକ ଶୀତ ବୋଲି କହିଛନ୍ତି। ଏହି ୧୦ ରାଜ୍ୟ ହେଲେ ଇଲିନୋସ, ଆଇଓୱା, ମିନେସୋଟା, ନର୍ଥ ଡାକୋଟା, ସାଉଥ ଡାକୋଟା, ମିଶୋରୀ, କାନସାସ ଏବଂ ମୋଣ୍ଟାନା। ତୁଷାର ପାତ ଓ ଶୀତ ଲହରୀ ଯୋଗୁଁ ୬ ରାଜ୍ୟରେ ଡାକ ସେବା ବନ୍ଦ କରିଦିଆଯାଇଛି। ଆମେରିକା ଜାତୀୟ ପାଣିପାଗ ସେବା ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଘରୁ ପଦାକୁ ବାହାରିଲେ ଅଙ୍ଗ ଅକାମୀ (ଫ୍ରୋଷ୍ଟବାଇଟ୍‍) ହେବାର ଆଶଙ୍କା ରହିଛି। ତେଣୁ ପଦାକୁ ନବାହାରି ଘରେ ରହିବାକୁ ସତର୍କ କରାଇ ଦିଆଯାଇଛି।

ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଆମେରିକାରେ ୨୭୦୦ ବିମାନ ଚଳାଚଳ ବାତିଲ କରିଦିଆଯାଇଛି। ଏହା ମଧ୍ୟରେ କେବଳ ଚିକାଗୋ ସହରରେ ୧୫୦୦ ବିମାନ ଉଡ଼ାଣ ଓ ଅବତରଣ କରିବାର ଥିଲା। ଚିକାଗୋ ସ୍ଥିତି ସର୍ବାଧିକ ଖରାପ ରହିଛି। ଚିକାଗୋର ତାପବାତ୍ରା ବିଯୁକ୍ତ ୨୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ କହିବା ଅନୁସାରେ ଆଗକୁ ବି ତାପମାତ୍ରା ହ୍ରାସ ପ୍ରକ୍ରିୟା ଜାରି ରହିବ। ଏପରିକି ଆମେରିକାର ତାପମାତ୍ରା ଆଣ୍ଟାର୍କଟିକା ତାପମାତ୍ରାଠାରୁ ବି ଅଧିକ ତଳକୁ ଖସିବାର ଆଶଙ୍କା ବ୍ୟକ୍ତ କରାଯାଇଛି। ଆଗକୁ ଆମେରିକାର ୨୧ କୋଟି (ଅର୍ଥାତ ଜନସଂଖ୍ୟାର ୭୨%) ଲୋକ ବିଯୁକ୍ତ ‘୦’ ଡିଗ୍ରୀରୁ କମ୍‍ ତାପମାତ୍ରା ଅନୁଭବ କରିବେ ଓ ୮ କୋଟି (ଅର୍ଥାତ ୨୫% ଲୋକ) ବାସ କରୁଥିବା ଅଞ୍ଚଳର ତାପମାତ୍ରା ‘୦’ ଡିଗ୍ରୀ ପାଖାପାଖି ରହିବ। ନର୍ଥ ଡାକୋଟାରେ ସବୁ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories