www.samajalive.in
Sunday, December 14, 2025
23.1 C
Bhubaneswar

ବ୍ରିଟେନ ମନ୍ତ୍ରୀପଦ ଛାଡ଼ିଲେ ​‌ହସିନାଙ୍କ ଭାଣିଜୀ

ଲଣ୍ଡନ: ବ୍ରିଟେନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଭାଣିଜୀ ତୁଲିପ ସିଦ୍ଦିକି। ୪୨ବର୍ଷୀୟ ତୁଲିପ୍‌ ୟୁକେ ମନ୍ତ୍ରିମଣ୍ଡଳରେ ଦୁର୍ନୀତି ନିବାରଣ ମନ୍ତ୍ରୀ ଥିଲେ। ଶେଖ୍‌ ହସିନାଙ୍କ ସହ ତୁଲିପ୍‌ଙ୍କ ଆର୍ଥିକ କାରବାରକୁ ନେଇ ପ୍ରଶ୍ନ ଉଠିବା ପରେ ସେ ଇସ୍ତଫା ଦେଇଛନ୍ତି।
ଗତ କିଛିଦିନ ହେବ ତୁଲିପ୍‌ଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିଥିଲା। ତେବେ ସେ ନିଜକୁ ନିର୍ଦୋଷ ବୋଲି କହି ଆସୁଥିଲେ। ୟୁକେ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ମଧ୍ୟ ତୁଲିପ୍‌ଙ୍କ ପ୍ରତି ସମର୍ଥନବ୍ୟକ୍ତ କରିଥିଲେ। ତେବେ ତୁଲିପ୍‌ ମଙ୍ଗଳବାର ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ଷ୍ଟାର୍ମରଙ୍କୁ ଲେଖିଥିବା ଇସ୍ତଫାପତ୍ରରେ ତୁଲିପ୍‌ ଦର୍ଶାଇଥିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସହ ତାଙ୍କର ପାରିବାରିକ ସମ୍ପର୍କ ରହିଥିବାରୁ ତାଙ୍କ ବିଶ୍ବସନୀୟତା ଉପରେ କେତେକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଆଶଙ୍କା ଥିବାରୁ ଇସ୍ତଫା ଦେବାକୁ ଉଚିତ୍‌ ମଣିଛନ୍ତି। ତୁଲିପ୍‌ ଇସ୍ତଫା ​ଦେଇଥିବା ବେଳେ ତାଙ୍କ ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗର ମନ୍ତ୍ରୀ ଭାବେ ଇମା ରୋନୋଲ୍ଡଙ୍କୁ ନିଯୁକ୍ତ କରିଛନ୍ତି ଷ୍ଟାର୍ମର।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories