www.samajalive.in
Sunday, December 14, 2025
26.1 C
Bhubaneswar

କଟଣୀ ଛଟଣୀକୁ ବିରୋଧ କଲେ ବିଧାୟକ, କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ

ସିମୁଳିଆ : ଚଳିତ ଖରିଫ ଋତୁରେ ରାଜ୍ୟରେ ସରକାରୀ ସ୍ତରରେ ଧାନ ମଣ୍ଡି ଖୋଲାଯାଇ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଧାନ କିଣା ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ମଣ୍ଡି ଉପରେ କଡା ନଜର ରଖିବାକୁ ରାଜ୍ୟ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ମାତ୍ର ସିମୁଳିଆ ଅଞ୍ଚଳରେ କିଛି ସମବାୟ ସମିତି ଓ ଅସାଧୁ ମିଲରଙ୍କ ମିଲିଭଗବତରେ ୭ରୁ୧୨ ଶତକଡ଼ା ଚାଷୀଙ୍କ ନିକଟରୁ କଟଣୀ ଛଟଣୀ କରାଯାଉଥିବା ନେଇ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଶ୍ରୀ ପଣ୍ଡା ବାଲିଖଣ୍ଡରେ ଥିବା ପୁରୁଷୋତ୍ତମପୁର ସେବା ସମବାୟ ସମିତି ଓ ମାର୍କୋଣା ପଂଚାୟତରେ ଥିବା ମାର୍କୋଣା ସେବା ସମବାୟ ସମିତି ପରିଦର୍ଶନ କରି ସମିତିର ସମ୍ପାଦକ ଓ ମିଲରଙ୍କୁ ଏଭଳି ନ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀଙ୍କ ନିକଟରୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କିଣିବାକୁ ପରାମର୍ଶ ଦେବା ସହ ତାଗିଦ କରିଥିବା ଦେଖିବାକୁ ମିଳିଥିଲା । ନଚେତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲେ । ଏତଦ ବ୍ୟତୀତ ମଣ୍ଡିରେ ଚାଷୀମାନଙ୍କ ନିମନ୍ତେ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ କହିଥିଲେ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories