www.samajalive.in
Sunday, December 14, 2025
23.1 C
Bhubaneswar

ବାହାରେ ଜଗିଥିଲା ପୁଲିସ, ଘର ଭିତରେ ଝିଅକୁ ଗୁଳି କଲେ ବାପା ଓ ଭାଇ

ସମାଜ ଡିଜିଟାଲ ଡେସ୍କ: ବିବାହ ପୂର୍ବରୁ ନିଜ ଝିଅକୁ ଗୁଳି କଲେ ବାପା ଓ ଭାଇ। ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଗ୍ବାଲିଅରରୁ। ଅନର କିଲିଂ ବା ସମ୍ମାନ ପାଇଁ ନିଜ ଝିଅକୁ ହତ୍ୟା କରିଛି ବାପା। ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠୁ ବଡ଼ କଥା ହେଲା ପୀଡ଼ିତାଙ୍କୁ ସୁରକ୍ଷା ଯୋଗାଇବାକୁ ବାହାରେ ପୁଲିସ ମୁତୟନ ଥିବାବେଳେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଆଦର୍ଶନଗର କଲୋନୀ ପିଣ୍ଟୋ ପାର୍କ ଅଞ୍ଚଳରେ ରହୁଥିଲେ ୨୦ ବର୍ଷୀୟା ତନୁ ଗୁର୍ଜାର। ତାଙ୍କ ବାପା ମହେଶ ଗୁର୍ଜାର ଜଣେ ଢାବା ମାଲିକ। ପରିବାର ଲୋକେ ଆସନ୍ତା ୧୮ ତାରିଖରେ ତାଙ୍କ ବିବାହ ସ୍ଥିର କରିଥିଲେ। କିନ୍ତୁ ତନୁ ଅନ୍ୟ ଜଣେ ଯୁବକଙ୍କ ଭଲ ପାଉଥିବା ଏବଂ ତାଙ୍କୁ ହିଁ ବିବାହ କରିବାକୁ ଜିଦ ଧରିଥିଲେ। ଏହାକୁ ନେଇ ଘରେ ବିବାଦ ଆରମ୍ଭ ହୋଇଥିଲା। ପରିବାର ଲୋକଙ୍କଠାରୁ ଜୀବନ ପ୍ରତି ବିପଦ ଥିବା ନେଇ ତନୁ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିଥିଲେ। ପୁଲିସ ଏହା ଜାଣିବା ପରେ ନିଜ ଆଡୁ ପଦକ୍ଷେପ ନେଇଥିଲା। ତନୁଙ୍କ ସୁରକ୍ଷା ପାଇଁ ତାଙ୍କ ଘର ବାହାରେ ପୁଲିସ ମୁତୟନ ହୋଇଥିଲେ। ହେଲେ ମଙ୍ଗଳବାର ସନ୍ଧ୍ୟାରେ ତନୁ ଏବଂ ତାଙ୍କ ବାପା ଓ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏହାକୁ ନେଇ ବାପା ମହେଶ ଏବଂ ସମ୍ପର୍କୀୟ ଭାଇ ତନୁଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ତନୁଙ୍କର ମୃତ୍ୟୁ ଘଟିଥିଲା। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତନୁଙ୍କ ଉପରକୁ ୪ ରାଉଣ୍ଡ ଗୁଳି କରାଯାଇଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories