www.samajalive.in
Sunday, December 14, 2025
26.1 C
Bhubaneswar

ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସାମାଜିକ ସଦଭାବ କାର୍ଯ୍ୟକ୍ରମ

ସମ୍ବଲପୁର: ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସାମାଜିକ ସଦଭାବନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ସରଲାକାନୀ ସ୍ଥିତ ବସ୍ତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବୟୋଜ୍ୟେଷ୍ଠା ମହିଳା ମାନେ ସାମିଲ ହୋଇଥିଲେ। ଏହି ଅବସରରେ ମଞ୍ଚର ସଦସ୍ୟା ମାନେ ଅଞ୍ଚଳ ବୁଲି ଦେଖିବା ସହିତ ସରକାରୀ ଯୋଜନାର ଗୁଡିକର କାର୍ଯ୍ୟାନ୍ୱୟନ ସ୍ଥିତ ସମ୍ପର୍କରେ ଅବଗତ ହୋଇ ଅଞ୍ଚଳବାସୀଙ୍କ ସୁବିଧା ଅସୁବିଧା ବୁଝିଥିଲେ। ମଞ୍ଚ ପକ୍ଷରୁ ଆର୍ଥିକ ଦୁର୍ବଳ ପରିବାର ମାନଙ୍କୁ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା। କାନ୍ତି ମେହେରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବର୍ଷାରାଣୀ ମେହେର, ଝୁନୁ ତ୍ରିପାଠୀ, ଛବିରାଣୀ ପତି, ପଙ୍କଜିନୀ ବୈଠାରୁ, ଭୂମିସୂତା ମେହେର, ଅଳକା ନାଏକ, ମୀନା ନାଏକଙ୍କ ସହିତ ମଞ୍ଚର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories