www.samajalive.in
Saturday, December 6, 2025
23.1 C
Bhubaneswar

ଦେଶବାସୀଙ୍କୁ ମକର ସଂକ୍ରାନ୍ତି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ମକର ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, ମକର ସଂକ୍ରାନ୍ତିରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା। ଉତ୍ତରାୟଣ ସୂର୍ଯ୍ୟଙ୍କୁ ସମର୍ପିତ ଏହି ପବିତ୍ର ଉତ୍ସବ ସଭିଁଙ୍କ ଜୀବନରେ ନୂଆ ଶକ୍ତି ଓ ନୂଆ ଉତ୍ସାହ ଆଣୁ।

ସୋମବାର ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଥିବା ତାଙ୍କ ସହଯୋଗୀ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ତେଲେଙ୍ଗାନା ୟୁନିଟ୍ ଅଧ୍ୟକ୍ଷ ଜି କିଶନ ରେଡ୍ଡୀଙ୍କ ବାସଭବନରେ ସଂକ୍ରାନ୍ତି ଉତ୍ସବରେ ଯୋଗ ଦେଇଥିଲେ। ସେ ରାଜଧାନୀ ଦିଲ୍ଲୀର ନାରାୟଣ ବିହାର ଅଞ୍ଚଳରେ ଲୋହରୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ଏବଂ କୃଷି ସହ ଜଡିତ ଏହି ପର୍ବ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

- Advertisement -

ମକର ସଂକ୍ରାନ୍ତି : ସୂର୍ଯ୍ୟ କଲେ ରାଶି ପରିବର୍ତ୍ତନ, ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ..

ରେଡ୍ଡୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜେ. ପି. ନଡ୍ଡା ଯୋଗ ଦେଇଥିଲେ। ତେଲୁଗୁ ଚଳଚ୍ଚିତ୍ର ତାରକା ଚିରଞ୍ଜିବୀ, ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏବଂ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ।
ମକର ସଂକ୍ରାନ୍ତି ପର୍ବ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ଜଣାଶୁଣା ଏବଂ ଭିନ୍ନ ପଦ୍ଧତିରେ ମଧ୍ୟ ପାଳନ କରାଯାଏ। ଉତ୍ତର ଭାରତରେ ଏହାକୁ ମକର ସଂକ୍ରାନ୍ତି କୁହାଯାଏ। ତାମିଲନାଡୁରେ ଏହି ପର୍ବ ପୋଙ୍ଗଲ ନାମରେ ଜଣାଶୁଣା। ଆସାମରେ ଏହାକୁ ମାଘ ବିହୁ ଏବଂ ଗୁଜୁରାଟରେ ଏହାକୁ ଉତ୍ତରାୟଣ କୁହାଯାଏ। ଏହି ପର୍ବ ଫସଲ ସହିତ ଜଡିତ।

ଦେଖନ୍ତୁ ଭିଡିଓ ; ପୁଣି ଟ୍ରେନ୍‌ ଦୁର୍ଘଟଣା, ତାମିଲନାଡୁରେ ଯାତ୍ରୀବାହୀ ଟ୍ରେନ୍‌ର ୫ଟି ବଗି ଲାଇନଚ୍ୟୁତ

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories