www.samajalive.in
Friday, December 5, 2025
20.1 C
Bhubaneswar

କଂସ ମହାରାଜଙ୍କ ପାଇଁ ନିର୍ମାଣ ହେବ ଭବ୍ୟ ରାଜଦରବାର: ମୁଖ୍ୟମନ୍ତ୍ରୀ

ବରଗଡ଼(କାର୍ଯ୍ୟାଳୟ): ମଥୁରା ନରେଶ କଂସ ମହାରାଜ ଧନୁଯାତ୍ରା ଆୟୋଜନ କରିବା ପାଇଁ ଏକ ସ୍ଥାୟୀ ଭବ୍ୟ ରାଜଦରବାର ନିର୍ମାଣ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଂସ ଦରବାରରୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ରାଜଅତିଥି ଥିଲେ ।
ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ଶକ୍ତିନଗର କଲ୍ୟାଣ ମଣ୍ଡପରେ ପହଞ୍ଚିବା ପରେ ସେଠାରେ ବରଗଡ଼ର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ସେଠାରୁ ହାତୀ ପିଠିରେ ବସି କଂସ ଦରବାର ପର‌୍ୟ୍ୟନ୍ତ ଯାଇଥିଲେ। ମୁଖ୍ୟମନ୍ତ୍ରୀ ହାତୀ ପିଠିରେ ବସି ରାଜଦରବାରକୁ ଯିବାର ଦୃଶ୍ୟ ଦେଖିବାକୁ ସେହି ରାସ୍ତା ଲୋକାରଣ୍ୟ ହୋଇପଡ଼ିଥିଲା। ହଜାର ହଜାର ଦର୍ଶକ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରି ଅଭିବାଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ରାଜଦରବାରରେ ରଙ୍ଗମହଲ କମିଟି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ବରଗଡ଼ ଧନୁଯାତ୍ରାକୁ ଉଚ୍ଚପ୍ରଶଂସା କରି ଏହା ବିଶ୍ୱର ସର୍ବବୃହତ ମୁକ୍ତ ରଙ୍ଗମଞ୍ଚ ବୋଲି କହିଥିଲେ। ବରଗଡ଼ରେ ଯେଉଁ ତିନିଟି ମୁଖ୍ୟ ପ୍ରସଙ୍ଗକୁ ନେଇ ଜନ ଦାବି କରାଯାଇଥିଲା ତାହା ଶୀଘ୍ର କାର‌୍ୟ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଜୀରା ନଦୀରେ ଆନିକଟ ଓ ଧନୁଯାତ୍ରା ପାଇଁ ସ୍ଥାୟୀ ରାଜଦରବାର ନିର୍ମାଣ କରାଯିବ। ଏହାସହ ବରଗଡ଼ ଚାଷୀଙ୍କ ହିତ ପାଇଁ ହୀରାକୁଦ ମୁଖ୍ୟ କେନାଲରୁ ଶାଖା କେନାଲ ଯାଏଁ ମରାମତି ପାଇଁ ୯ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବରଗଡ଼ରେ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।
ବରଗଡ଼ ଧନୁଯାତ୍ରା ୧୯୪୮ ମସିହା ଜାନୁଆରୀ ୧୨ ତାରିଖରେ ଆରମ୍ଭ ହୋଇଥିଲା। ଆଜି ୭୭ତମ ଧନୁଯାତ୍ରାର ୧୨ ତାରିଖରେ ସେ ଅତିଥି ହେବା ଏକ ସଂଯୋଗ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କା ପ୍ରଦାନ ବରଗଡ଼ରୁ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ବିଜେପୁର ବିଧାୟକ ସନତ ଗଡ଼ତିଆ ମଧ୍ୟ ମଞ୍ଚାସୀନ ଥିଲେ। ଜିଲାପାଳ ଆଦିତ୍ୟ ଗୋୟଲ ସ୍ବାଗତ ଭାଷଣ ଦେଇଥିଲେ। ଧନୁଯାତ୍ରା ମହୋତ୍ସବ କମିଟିର ସମ୍ପାଦକ ସୁରେଶ୍ବର ଶତପଥୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories