www.samajalive.in
Sunday, December 14, 2025
15.1 C
Bhubaneswar

ଦୁଇ ବର୍ଷରେ ୨୦୦ କୋଟିର ମାଲିକ ହଂସିତା ଓ ଅନିଲ

ଭୁବନେଶ୍ବର: ଗିରଫ ଠକ ଦମ୍ପତି ହଂସିତା ଓ ଅନିଲ ମହାନ୍ତିଙ୍କ କଳା ସାମ୍ରାଜ୍ୟର ଚେର ଖୋଜୁଛି ଆୟକର ବିଭାଗ। ବେହିସାବ ଶହ ଶହ କୋଟି ଟଙ୍କା କାରବାରର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସଜବାଜ ହେଉଛି। ୫ ଲକ୍ଷ ଟଙ୍କାରୁ ଅନିଲ ୨ ବର୍ଷରେ ୨୦୦ କୋଟି ଟଙ୍କାର ମାଲିକ ହେବାର ଉତ୍ସ ଖୋଜୁଛି ତଦନ୍ତକାରୀ ସଂସ୍ଥା। କଳାଧନ ଧଳା କରିବାରେ ଅନିଲ ଥିଲେ ଉସ୍ତାଦ। ଏହି ଆଳରେ ଅନିଲ କୋଟି କୋଟି ଟଙ୍କା ରୋଜଗାର କରିଥିବା ପ୍ରାଥମିକ ତଦନ୍ତରୁ ଆୟକର ବିଭାଗ ଜାଣିବାକୁ ପାଇଛି। ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ପିକେ ମିଶ୍ରଙ୍କ ଝିଅ-ଜ୍ବାଇଁ ପରିଚୟ ଦେଇ ବିଲ୍ଡର, ଖଣି ବ୍ୟବସାୟୀ, ଠିକାଦାର ଓ ରାଜନେତାଙ୍କୁ ଜାଲରେ ପକାଇଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ ପ୍ରକାଶ କରିଛି। ସମ୍ପୃକ୍ତ ବ୍ୟବସାୟୀ ଓ ରାଜନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ଆୟକର ବିଭାଗ ଯୋଜନା କରିଛି। ଠକ ଦମ୍ପତିଙ୍କ କାରବାର ପଛର ରହସ୍ୟ ହଟାଇବା ପାଇଁ କମିସନରେଟ ପୁଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ (ଏସ୍‌ସିୟୁ) ତଦନ୍ତ ଜାରି ରଖିଛି। ଅନିଲଙ୍କର ୩ଟି ଦାମୀ କାର୍‌କୁ ପୁଲିସ ଜବତ କରି ପୁଲିସ ସେବା ଭବନରେ ରଖିଛି। ଠକେଇ ନେଇ ସେପରି ଠୋସ୍‌ ପ୍ରମାଣ ନମଳିବା ପୁଲିସକୁ ଅଡ଼ୁଆରେ ପକାଇଛି। ତଦନ୍ତ ଜାରି ରହିଥିବା ଆଳ ଦେଖାଇ ପୁଲିସ ସେମାନଙ୍କ ଠକେଇ ସମ୍ପର୍କିତ ତଥ୍ୟ ଦେବା ଲାଗି ମନା କରି ଦେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories