ଫେବୃଆରୀ ୨୦ରୁ ୨୩ ଜାତୀୟ କବାଡ଼ି ପ୍ରତିଯୋଗିତା
କଟକ: ଫେବୃଆରୀ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ କଟକ ଇନ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ହେବାକୁ ଯାଉଛି ୭୧ ତମ ଜାତୀୟ କବାଡ଼ି ପ୍ରତିଯୋଗିତା। ଭାରତୀୟ କବାଡି ମହାସଂଘର ଅନୁମୋଦନକ୍ରମେ ପ୍ରଥମ ଥର ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ଆସନ୍ତା ଫେବୃଆରୀ ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ପାଇଁ ଓଡ଼ିଶା କବାଡି ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତା ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଓଡ଼ିଶା ସରକାର ଏବଂ ରୁଚି କମ୍ପାନୀର ମିଳିତ ସହଯୋଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଭାରତର ୨୮ଟି ରାଜ୍ୟରୁ ୩୫ଟି ଦଳରୁ ୪୫୦ରୁ ଊର୍ଦ୍ଧ୍ବ ଖେଳାଳି ଏହି ପ୍ରତିଯୋଗିତାରେ ଯୋଗଦେବେ। ଏମାନଙ୍କ ମଧ୍ୟରେ ବହୁ ଜାତୀୟ ଅନ୍ତର୍ଜାତୀୟ ଖେଳାଳି ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ କୋଚ୍ମାନେ ଉପସ୍ଥିତ ରହିବେ।
୨୦୧୭ ମସିହାରେ ଓଡ଼ିଶା କବାଡି ଆସୋସିଏସନ୍ ସଫଳତାର ସହ ୪୪ତମ ଜାତୀୟ ଜୁନିଅର କବାଡି ପ୍ରତିଯୋଗିତା ଆୟୋଜନ କରିଥିଲା। ଏହାକୁ ଦୃଷ୍ଟିରେ ରଖି କବାଡି ମହାସଂଘ ଚଳିତ ବର୍ଷ ଓଡ଼ିଶାକୁ ୭୧ତମ ସିନିୟର ଜାତୀୟ ପୁରୁଷ କବାଡି ଆୟୋଜନ ପାଇଁ ସୁଯୋଗ ଦେଇଛି। ତେଣୁ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତେ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ପକ୍ଷରୁ ରବିବାର ବାରବାଟୀ ଷ୍ଟାଡିୟମଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରାଯାଇଛି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତାର ଥିମ୍ ସଙ୍ଗ୍ ଉନ୍ମୋଚିତ ହୋଇଛି।
Comments are closed.