www.samajalive.in
Sunday, December 14, 2025
26.1 C
Bhubaneswar

ମହିଳା କ୍ରିକେଟ: ଆୟର୍ଲାଣ୍ଡକୁ ୩୭୧ ରନ୍ ଟାର୍ଗେଟ୍ ଦେଇଛି ଭାରତ

ଡେସ୍କ: ମହିଳା କ୍ରିକେଟରେ ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚାଲିଛି। ଭାରତୀୟ ମହିଳା ଦଳ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ଵିକେଟ୍ ହରାଇ ୩୭୧ ରନ୍ ଟାର୍ଗେଟ୍ ଦେଇଛି। ଜେମିମା ରୋଡ୍ରିଗେଜ୍ ୯୧ ବଲରୁ ୧୦୨ ରନ୍ କରି ପ୍ରଥମ ଦିନିକିଆ ଶତକ ହାସଲ କରିଥିବା ବେଳେ ହାର୍ଲିନ୍ ଦେଓଲ୍ ୮୯ ରନ୍ କରିଥିଲେ। ବର୍ତ୍ତମାନ ସୁଦ୍ଧା ଆୟର୍ଲାଣ୍ଡ ୨୬ ଓଭରରେ ୨ ଓ୍ଵିକେଟ୍ ହରାଇ ୧୦୦ ରନ୍ କରିଛି।

ପୂର୍ବରୁ ପ୍ରଥମ ଦିନିକିଆରେ ଭାରତ ୬ ୱିକେଟରେ ବିଜୟ ହାସଲ କରି ସିରିଜରେ ୧-୦ରେ ଆଗୁଆ ରହିଛି। ଅଧିନାୟିକା ହରମନପ୍ରୀତ କୌର ସିରିଜ୍ ପାଇଁ ବିଶ୍ରାମ ନେଉଥିବାରୁ ସ୍ମୃତି ମନ୍ଧାନା ବର୍ତ୍ତମାନ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ସିରିଜର ତୃତୀୟ ମ୍ୟାଚ୍ ଚଳିତ ମାସ ୧୫ ତାରିଖରେ ଖେଳାଯିବ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories