www.samajalive.in
Sunday, December 14, 2025
15.1 C
Bhubaneswar

ଡିଜେଲ ଚୋରକୁ ମାଡି ବସିଲେ ଗାଡ଼ି ଚାଳକ, ବାନ୍ଧିଲା ପୁଲିସ 

ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଘଟଗାଁ ବ୍ଲକ ଖଣ୍ଟଘର ପଥକର ଫାଟକ ନିକଟରେ ରାତିରେ ଟ୍ରକ ରଖି ବିଶ୍ରାମ ନେଉଥିବା ଗାଡି ମାନଙ୍କରୁ ଲଗାତର ଡିଜେଲ ଚୋରି ହେଉଥିବା ଚୋରଙ୍କର ଟେର ମିଳୁନଥିଲା । ତେବେ ଗତ ରାତି ସେହି ପୁରୁଣା ଉପାୟରେ ପାଇପ ଲଗାଇ ଗାଡି ଟାଙ୍କିରୁ ଡିଜେଲ ଚୋରି ସମୟରେ ଜଣେ ଗାଡି ଚାଳକଙ୍କ ନିଦ ଭାଙ୍ଗି ଯିବାରୁ ସେ ପାଟି କରି ଅନ୍ୟ ମାନଙ୍କୁ ଡାକି ଦେବା ଫଳରେ ଜଣେ ଡିଜେଲ ଚୋରଙ୍କୁ ଗାଡି ଚାଳକ ମାନେ କାବୁ କରିଛନ୍ତି । ଅନ୍ୟ ୩ ଜଣ ଡିଜେଲ ଚୋର ସେମାନେ ଆଣିଥିବା ସ୍କର୍ପିଓରେ କେନ୍ଦୁଝର ଆଡକୁ ଚମ୍ପଟ ମାରିଛନ୍ତି । ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣାସ୍ଥଳରେ ପହଞ୍ଚି ଡିଜେଲ ଚୋର ଯୋଡା ବାଚୁ ହାଟିଂରୁ ନରେନ୍ଦ୍ର ତନ୍ତି ଙ୍କ ପୁଅ ଇସୁ ତନ୍ତି (୩୩) ଙ୍କୁ ଗିରଫ କରିବା ସହ ୩ ଟି ଜାରରେ ଥିବା ୧୫୦ ଲିଟର ଡିଜେଲ ଓ ୨ ଟି ଖାଲି ଜାର ଜବତ କରିଛନ୍ତି । ଘଟଗାଁ ଥାନା ମାମଲା ସଂଖ୍ୟା ୨୨/୨୦୨୫ ମୂଳେ ଗିରଫ ଇସୁକୁ ଆଜି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ୩ ଜଣଙ୍କୁ ଠାବ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories