www.samajalive.in
Monday, December 15, 2025
26.1 C
Bhubaneswar

ରାୟଗଡା ରେଳ ମଣ୍ଡଳ ପ୍ରବନ୍ଧକ ଦାୟିତ୍ୱ ଗ୍ରହଣ କଲେ ଅମିତାଭ ସିଂଘଲ

ଡେସ୍କ: ରାୟଗଡା ରେଳ ମଣ୍ଡଳର ପ୍ରଥମ ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ) ଭାବେ ଆଜି ଅମିତାଭ ସିଂଘଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟର ରାୟଗଡା, କୋରାପୁଟ, ଗଜପତି, ନବରଙ୍ଗପୁର, ମାଲକାନଗିରି ଏବଂ କଳାହାଣ୍ଡିର ଆଦିବାସୀ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବା ସହ ରେଳ ବିକାଶ କ୍ଷେତ୍ରରେ ରାୟଗଡା ରେଳ ମଣ୍ଡଳ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଶ୍ରୀ ସିଂଘଲ ଏନଆଇଟି ତ୍ରିଚିରୁ ବୈଦ୍ୟୁତିକ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକ ପରେ ୧୯୯୯ ମସିହାରେ ସହାୟକ ମଣ୍ଡଳ ବୈଦ୍ୟୁତିକ ଇଞ୍ଜିନିୟର ଭାବରେ ଭାରତୀୟ ରେଳରେ ଯୋଗ ଦେଇଥିଲେ। ବନ୍ଦେ ଭାରତ ଏକ୍ସପ୍ରେସ (ଟ୍ରେନ-୧୮) ର ଡିଜାଇନ୍, ନିର୍ମାଣ ଏବଂ କାର୍ଯ୍ୟକ୍ଷମ ସହିତ ରେଳ ବିଦ୍ୟୁତୀକରଣରେ ସମେତ ପ୍ରମୁଖ ପ୍ରକଳ୍ପଗୁଡ଼ିକରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories