www.samajalive.in
Sunday, December 14, 2025
15.1 C
Bhubaneswar

ଓଡ଼ିଆ ଚଳଚ୍ଚିତ୍ର ରଙ୍ଗଶୁରକୁ ଅନ୍ତର୍ଜାତୀୟ ସ୍ତରରେ ବିତରଣ କରିବ ସୋନୀ ପିକ୍ଚର୍ସ

ଭୁବନେଶ୍ବର : ପ୍ରଥମଥର ପାଇଁ ସୋନୀ ପିକ୍ଚର୍ସ ଓଡ଼ିଆ ଫିଲ୍ମ ରଙ୍ଗଶୁରକୁ ଅନ୍ତର୍ଜାତୀୟ ସ୍ତରରେ ବିତରଣ କରିବା ପାଇଁ ଚୁକ୍ତି କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫିଲ୍ମ ନିର୍ମାତା । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ନିର୍ଦ୍ଦେଶକ ପ୍ରତାପ ରାଉତ, ଅଭିନେତା ସମରେଶ ରାଉତରାୟ, ଅଭିନେତ୍ରୀ ସ୍ୱର୍ଯ୍ୟମୟୀ ମହାପାତ୍ର, ନୈନା ରାୱତ, ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଅନେକ ଓଡ଼ିଆ ଚଳଚ୍ଚିତ୍ର ପାନ୍ ଇଣ୍ଡିଆରେ ସ୍ଥାନ ପାଇଥିବା ବେଳେ ରଙ୍ଗଶୁରକୁ ଅନ୍ତର୍ଜାତୀୟସ୍ତରରେ ବିତରଣ ଦାୟିତ୍ୱ ସୋନୀ ପିକ୍ଚର୍ସ ନେବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗର୍ବ ଓ ଗୌରବର ବିଷୟ ।

- Advertisement -

ଏହି ଅବସରରେ ଆଜି ଓଡିଶାରେ ସମୁଦାୟ ୬୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବା ବେଳେ ବାଙ୍ଗାଲୋର, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ପୁନେ, ସୁରଟ, ରାୟଗଡ଼ ଏବଂ ଚେନ୍ନାଇରେ ମୁକ୍ତିଲାଭ କରିବ । ପ୍ରକାଶ ଫିଲ୍ମ୍ସ ଏବଂ ମୁନ୍ ଟିଭି ମୁଭିଜ୍ ର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଫିଲ୍ମ ରଙ୍ଗଶୁର ଆଜି ମୁକ୍ତିଲାଭ କରିବ । ରଙ୍ଗଶୁରର ପ୍ରଚାର ଓ ପ୍ରସାର ଏକ ନିଆରା ଢଙ୍ଗରେ ପାରମ୍ପରିକ ବାଘ ନାଚ ମାଧ୍ୟମରେ ବିଭିନ୍ନ ସ୍ଥାନରେ ପ୍ରଚାର ଓ ପ୍ରସାର ହୋଇଛି । ଏକାମ୍ର ଉତ୍ସବ, ମାଉସୀ ମା’ ମନ୍ଦିର ଭଳି ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବାଘ ନାଚ ଶିଳ୍ପୀଙ୍କୁ ନେଇ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଓ ଅଭିନେତ୍ରୀମାନେ ଜୋରଦାର ପ୍ରଚାର କରିଥିଲେ । ଦର୍ଶକମାନେ ମଧ୍ୟ ବହୁ ମାତ୍ରାରେ ଆକୃଷ୍ଟ ହେଉଛନ୍ତି ଏବଂ ଫିଲ୍ମ ରିଲିଜ୍ ହେଲେ ସିନେମା ହଲରେ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ବାଘ ନାଚ ଆମ ରାଜ୍ୟ ମାଟିର ନୃତ୍ୟ । ବିଲୁପ୍ତ ହେବାକୁ ଯାଉଥିବା ଏହି ବାଘ ନାଚ ଆମ ମାଟିର ବୀରତ୍ୱର ନାଚ । ଦିନେ ରାଜାମାନଙ୍କୁ ଏହି ବାଘ ନାଚ ସାହସ ଯୋଗାଉଥିଲା । ସନ୍ୟସାମନ୍ତଙ୍କୁ ନେଇ ଯୁଦ୍ଧକ୍ଷେତ୍ରକୁ ଯିବା ବେଳେ ଏହି ବାଘ ନାଚ ଉତ୍ସାହିତ କରୁଥିଲା । ଏଇ ଭଳି ପରିକଳ୍ପନାକୁ ନେଇ ପୂର୍ବରୁ ଆମ ଓଡ଼ିଆ ସିନେ ଜଗତରେ କୌଣସି ସିନେମା ନିର୍ମାଣ ହୋଇନାହିଁ ତେଣୁ ଏହାର ପ୍ରଚାର ଓ ପ୍ରସାର ଦେଖି ସିନେପ୍ରେମୀଙ୍କ ମନରେ ଏକ ପ୍ରକାର ଉତ୍ସାହ ରହିଛି । ଏହି ବାଘ ନୃତ୍ୟ କେବଳ ବୀରତ୍ୱର ନାଚ ତାହା ନୁହେଁ ବରଂ ନାରୀ ସଶକ୍ତିକରଣଠୁ ନେଇ ଜଙ୍ଗଲ ବଞ୍ଚାଅ ଅଭିଯାନର ବାର୍ତ୍ତା ବହନ କରୁଛି ।

ରଙ୍ଗଶୁର ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ବହୁ ଅଭିଜ୍ଞ ଟେକ୍ନିସିଆନ ପ୍ରତାପ ରାଉତ। ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା ଏହାର ପ୍ରଯୋଜନା କରିଛନ୍ତି । ସୁନୀଲ ଯାଦବ ଏବଂ ପ୍ରତାପ ରାଉତ ସହ-ପ୍ରଯୋଜନା କରିଛନ୍ତି । ଅଭିନତା ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଦୀପନ୍ୱିତ ଦାସ ମହାପାତ୍ର, ଶୁଭାଶିଷ ଶର୍ମା, ଜ୍ୟୋତି ନାୟକ, ସୂର୍ଯ୍ୟମୟୀ ମହାପାତ୍ର ଏବଂ ଶୁଭଶ୍ରୀ ଜେନା ପ୍ରମୁଖ ବହୁ ଅଭିଜ୍ଞ କଳାକାର ରଙ୍ଗଶୁର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର କ୍ରି୍ଏଟିଭ ହେଡ଼ ଅଛନ୍ତି ପ୍ରଣୟ ଜେଠୀ, ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ ଏବଂ ବାନି। ପ୍ରଚାର ଓ ପ୍ରସାରରେ ଅଛନ୍ତି ଓଲିଉଡ଼ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଏବଂ ସମ୍ବିତ ଜେନା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories