www.samajalive.in
Monday, December 8, 2025
13.1 C
Bhubaneswar

ଭାରତକୁ ଜିତାଇଲେ ମାନ୍ଧାନା

ମାଉଣ୍ଟ ମୌଙ୍ଗାନୁଇ : ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରମାଗତ ୨ୟ ଦିନିକିଆ ମ୍ୟାଚ୍‌ରେ ଓପ୍‌ନର ସ୍ମୃତି ମାନ୍ଧାନା ଚମତ୍କାର ବ୍ୟାଟିଂ କରିଛନ୍ତି। ଫଳରେ କ୍ରମାଗତ ୨ୟ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ବିଜୟୀ ହୋଇଛି। ମଙ୍ଗଳବାର ଖେଳା ଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ସହଜରେ ୮ ୱିକେଟରେ ଭାରତ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ହୋଇଛି। ଭାରତୀୟ ବୋଲର ସଫଳ ପ୍ରଦର୍ଶନ କରିବାରୁ ୪୪.୨ ଓଭରରେ ନ୍ୟୁଜିଲାଣ୍ଡ ୧୬୧ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ପରେ ସ୍ମୃତି ମାନ୍ଧାନା ଆକ୍ରମଣାତ୍ମକ ଅପରାଜିତ ୯୦ ରନ୍ କରିବାରୁ ୩୫.୨ ଓଭରରେ ୨ ୱିକେଟ ହରାଇ ଭାରତ ଜିତିଥିଲା। ଫେବୃୟାରୀ ୧ରେ ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ।
ଭାରତୀୟ ମହିଳା ଦଳ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ନ୍ୟୁଜିଲାଣ୍ଡ ୬୨ ରନ୍‌ରେ ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। ନ୍ୟୁଜିଲାଣ୍ଡ ଅଧିନାୟିକା ଆମି ସାଟରଥ୍ବେଟ୍ ୮୭ ବଲ୍‌ରୁ ୯ଟି ଚୌକା ସହ ସର୍ବାଧିକ ୭୧ ରନ୍ କରିଥିଲେ। ଲେହ୍ କାସ୍ପରେକ୍ ୨୧ ଓ ଲୌରେନ୍ ଡାଉନ୍ ୧୫ ରନ୍ କରିଥିଲେ। ୬ଜଣ ଦୁଇଅଙ୍କ ବିଶିଷ୍ଟ ସ୍କୋର କରି ପାରିନଥିଲେ। ଭାରତ ପକ୍ଷରୁ ଝୁଲଣ ଗୋସ୍ବାମୀ ୩ଟି ଏବଂ ଏକତା ବିସ୍ତ୍, ଦୀପ୍ତି ଶର୍ମା ଓ ପୁନମ୍ ଯାଦବ ୨ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ। ୧୬୨ ରନ୍‌ର ବିଜୟଲକ୍ଷ୍ୟରେ ଭାରତ ସହଳ ୨ଟି ୱିକେଟ୍‌ ହରାଇଥିଲା। ଜେମିମା ରଡ୍ରିଗେଜ୍‌ ୦ ଓ ଦୀପ୍ତି ଶର୍ମା ୮ ରନ୍ କରି ଆଉଟ୍ ହୋଇଥିଲେ। ୧୫ ରନ୍‌ରେ ୨ଟି ୱିକେଟର ପତନ ପରେ ଓପନର୍‌ ସ୍ମୃତି ମାନ୍ଧାନା ଓ ଅଧିନାୟିକା ମିତାଲି ରାଜ୍‌ ଚମତ୍କାର ବ୍ୟାଟିଂ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ଦୁହେଁ ଅବିଭାଜିତ ୩ୟ ୱିକେଟ ପାଇଁ ୧୫୧ ରନ୍ ଯୋଡ଼ିଥିଲେ। ମାନ୍ଧାନା ୧୩ଟି ଚୌକା ଓ ଗୋଟିଏ ଛକା ସହ ୯୦ ଓ ମିତାଲି ୪ଟି ଚୌକା ଓ ୨ଟି ଛକା ସହ ୬୩ ରନ୍‌କରି ଅପରାଜିତ ଥିଲେ। ପ୍ରଥମ ଦିନିକିଅାରେ ସ୍ମୃତି ମାନ୍ଧାନା ୧୦୫ ରନ୍ କରିଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories