www.samajalive.in
Friday, December 12, 2025
26.1 C
Bhubaneswar

ସାଧାରଣତନ୍ତ୍ର ଦିବସ ପରେଡ୍ ଦେଖିବେ ୧୦ ହଜାର ସ୍ୱତନ୍ତ୍ର ଅତିଥି

ଡେସ୍କ: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ଦେଖିବା ପାଇଁ ପ୍ରାୟ ୧୦ ହଜାର ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ ସରପଞ୍ଚ, ବିପର୍ଯ୍ୟୟ ରିଲିଫ୍ କର୍ମୀ, ଶ୍ରେଷ୍ଠ ପ୍ରଦର୍ଶନ କାରୀ ଜଳ ଯୋଦ୍ଧା, ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର, ମନ୍ କି ବାତ୍ ପ୍ରତିଯୋଗୀ, ମୋ ଭାରତ ସ୍ୱେଚ୍ଛାସେବୀ, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ଅତିଥି ଏବଂ ଶ୍ରେଷ୍ଠ ଷ୍ଟାର୍ଟ-ଅପ୍ ସାମିଲ ହେବେ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରୁ କେତେକ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆୟ ଏବଂ ରୋଜଗାର ସୃଷ୍ଟି ସୁନିଶ୍ଚିତ କରିବା ପାଇଁ ଉଦାହରଣୀୟ କାର୍ଯ୍ୟ କରୁଛନ୍ତି। ପାରା-ଅଲିମ୍ପିକ୍ ଦଳର ସଦସ୍ୟ, ଚେସ୍ ଅଲିମ୍ପିଆଡ୍ ପଦକ ବିଜେତା, ବ୍ରିଜ୍ ବିଶ୍ୱ କ୍ରୀଡ଼ା ରୌପ୍ୟ ପଦକ ବିଜେତା ଏବଂ ସ୍ନୁକର ବିଶ୍ୱ ଚାମ୍ପିୟନଶିପ୍ ସ୍ୱର୍ଣ୍ଣ ପଦକ ବିଜେତାମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ ଏହି ଅତିଥିମାନେ ଜାତୀୟ ଯୁଦ୍ଧ ସ୍ମାରକୀ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ଦିଲ୍ଲୀର ଅନ୍ୟ ପ୍ରମୁଖ ସ୍ଥାନ ପରିଦର୍ଶନ କରିବେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories