www.samajalive.in
Wednesday, December 10, 2025
23.1 C
Bhubaneswar

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଦାବିପତ୍ର ପ୍ରଦାନ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ୩ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗ ଏସଡିଓ ସହ ଅନ୍ୟ କର୍ମଚାରୀମାନେ ଗତକାଲି ଆକ୍ରମଣ କରିଥିଲେ। ଏନେଇ ଟିଟିଲାଗଡ ଥାନାରେ ସାମ୍ବାଦିକ ଏତଲା ମଧ୍ୟ ଦେଇଛନ୍ତି। ତେବେ ଏହି ଘଟଣାକୁ କଣ୍ଟାବାଞ୍ଜି ପ୍ରେସ କ୍ଲବ ଦୃଢ ନିନ୍ଦା କରିଛି। କଣ୍ଟାବାଞ୍ଜି ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଣ୍ଟାବାଞ୍ଜି ତହସିଲଦାର ଅଞ୍ଜଳି ମାଝୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ପୁଲିସ ଏସଡିପିଓ ଗୌରାଙ୍ଗ ଚରଣ ସାହୁଙ୍କ ଜରିଆରେ ପୁଲିସ ମହାନିର୍ଦେଶନଙ୍କୁ ଦାବି ପତ୍ର ଦେଇଛନ୍ତି। ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କରିଥିବା ଟାଟା ପାୱାର ବିଦ୍ୟୁତ ବିଭାଗ ଅଧିକାରୀ ତୁରନ୍ତ ଗିରଫ, ଚାକିରୁରୁ ବହିସ୍କାର କରିବା ସହ ରାଜ୍ୟରେ ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣ ରୋକିବା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଦାନ କରିବାକୁ ଦାବି କରାଯାଇଛି। ଦାବିପତ୍ର ଦେବା ସମୟରେ ପ୍ରେସ କ୍ଲବ ସମ୍ପାଦକ ସୁରଦାସ ବାଗ ସହ ହନି ସିଂ, ଉପସଭାପତି ମନୋଜ ଶର୍ମା,ସହ ସମ୍ପାଦକ ବିସିକେଷନ ମାଝି, ପରାମର୍ଶଦାତା ଆଶିଷ ଖୈତାନ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

୧୨ ବର୍ଷ ପରେ.. ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ଯୋଗ, ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, ହେବ ବିବାହ..

ଦେଖନ୍ତୁ ଭିଡିଓ ; କାଶୀ ବିଶ୍ୱନାଥ ମନ୍ଦିରରେ କେମିତି ଗର୍ଭଗୃହକୁ ଖସି ପଡିଲେ ମହିଳା ଶ୍ରଦ୍ଧାଳୁ..

- Advertisement -

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories