www.samajalive.in
Saturday, December 13, 2025
21.1 C
Bhubaneswar

ଏକାଠି ଅଭିନୟ କରିବେ କାଜଲ-ଅଜୟ

ମୁମ୍ବଇ : ଚଳିତ ବର୍ଷ ମୁକ୍ତିଲାଭ କରିବ ଅଜୟ ଦେବଗନଙ୍କ ‘ତାନାଜି : ଦ ଅନସଙ୍ଗ ୱାରିୟର’। ଚଳଚ୍ଚିତ୍ରର କାହାଣୀ ୧୬୭୦ରେ ହୋଇଥିବା ସିଂହଗଡ଼ ଯୁଦ୍ଧ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ଅଜୟ ମରାଠି ଯୋଦ୍ଧା ଭୂମିକାରେ ଅଭିନୟ କରିବେ। ଖବରଅନୁସାରେ, ଏହି ଚଳଚ୍ଚିତ୍ରରେ ଅଜୟଙ୍କ ଧର୍ମପତ୍ନୀ କାଜଲ ତାଙ୍କ ସହ ଅଭିନୟ କରିବାର ଦେଖାଦେବେ।

courtesy-newstrack english-news track live

ମିଡିଆ ରିପୋର୍ଟ ଅନୁସାରେ, ରିଅଲ ଲାଇଫର ପତି-ପତ୍ନୀ ଚଳଚ୍ଚିତ୍ରରେ ମଧ୍ୟ ପତି-ପତ୍ନୀ ଭୂମିକାରେ ଅଭିନୟ କରିବେ। ଏହା ପୂର୍ବରୁ କାଜଲ ଓ ଅଜୟଙ୍କ ଯୋଡୀକୁ ଦର୍ଶକ ମାନେ ବେଶ୍‍ ପସନ୍ଦ କରିଛନ୍ତି। ଏଥର ମଧ୍ୟ ଏହି ଯୋଡୀକୁ ଦର୍ଶକମାନେ ପସନ୍ଦ କରିବେ ବୋଲି ଅଜୟ ଆଶାବ୍ୟକ୍ତ କରିଛନ୍ତି। ଏହା ପୂର୍ବରୁ ଉଭୟ – ରାଜୁ ଚାଚା, ପ୍ୟାର ତୋ ହୋନା ହି ଥା, ହମ୍‍ ଭଳି ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଥିଲେ।

- Advertisement -
courtesy-unidadporalguazas

ଏହି ଚଳଚ୍ଚିତ୍ରରେ ମଧ୍ୟ ଦିର୍ଘ ୧୨ବର୍ଷ ପରେ ଅଜୟ ଓ ସୈଫ ଅଲ୍ଲୀ ଖାନ ଏକାଠି ଅଭିନୟ କରିବେ। ଉଭୟ କଳାକାର ଏହା ପୂର୍ବରୁ ବିଶାଲ ଭରଦ୍ୱାଜଙ୍କ ଚଳଚ୍ଚିତ୍ର ଓମକାରାରେ ଏକତ୍ର ଅଭିନୟ କରିଥିଲେ। ‘ତାନାଜି : ଦ ଅନସଙ୍ଗ ୱାରିୟର’ ସିନେମାଟି ୨୦୧୯ ନଭେମ୍ବର ୨୨ରେ ମୁକ୍ତିଲାଭ କରିବାର ଅନୁମାନ କାରାଯାଉଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories