ଖୋର୍ଦ୍ଧା: ବିଜେପି ଖୋର୍ଦ୍ଧା ଜିଲା ଶାଖା ନେତୃତ୍ବରେ ବୁଧବାର ନୂଆ ବସ୍ ରହଣିସ୍ଥଳ ଠାରୁ ବକ୍ସି ଛକ ପର୍ଯ୍ୟନ୍ତ ପଦଯାତ୍ରା ଆୟୋଜନ କରି ଓଡିଶାରେ ଅନୁଷ୍ଠିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ଯଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରବାସୀ ଭାର ରତୀୟମାନେ ଆମ ଦେଶର ଅର୍ଥନୀତି, ସଂସ୍କୃତି ଏବଂ ପ୍ରଗତିରେ ଗୁରୁତ୍ବପୂର୍ଣ ଅବଦାନ ରଖୁଛନ୍ତି। ତାଙ୍କ ଆଗମନ ଆମ ଓଡ଼ିଶା ପାଇଁ ଏକ ସୁଯୋଗ ନେଇ ଆସିବ। ଏଭଳି ଏକ ମହତ ପ୍ରୟାସ ପାଇଁ ଓଡ଼ିଶା ଆଜି ଗର୍ବିତ ବୋଲି କୁହାଯାଇଥିଲା । ପ୍ରବାସୀ ଭାରତୀୟ ସମଗ୍ର ବିଶ୍ଵର ପ୍ରଗତି ପାଇଁ କାମ କରୁଛନ୍ତି । ଆମେ ଆମ ଦେଶର ପ୍ରଗତିରେ ଅବଦାନ ରଖୁଥିବା ପ୍ରବାସୀ ଭାରତୀୟଙ୍କୁ ପ୍ରଣାମ ଜଣାଉଛୁ ବୋଲି ବିଜେପି ନେତାମାନେ ବକ୍ତବ୍ୟ ନ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର, ପୂର୍ବତନ ଜିଲା ସଭାପତି ସୁବାସ ଜେନା, ନିକୁଞ୍ଜ ପଟ୍ଟନାୟକ, ବସନ୍ତ ନାୟକ, ଜିଲା ଉପ ସଭାନେତ୍ରୀ ରୋଜିନାରାଣୀ ଦାଶ, ରଶ୍ମିମୟୀ ପଟ୍ଟନାୟକ, ମହିଳା ମୋର୍ଚ୍ଚା ସଭାପତି ପ୍ରବୀଣା ଭଞ୍ଜଦେଓ, କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶିବ ମଲ୍ଲିକ, ଓବିସି ମୋର୍ଚ୍ଚା ସଭାପତି ଅଶୋକ ପ୍ରଧାନ ଯୁବମୋର୍ଚ୍ଚା ସଭାପତି ପ୍ରଦୀପ ବଡ଼ଜେନା, ସାଧାରଣ ସମ୍ପାଦକ ଆଶୁତୋଷ ବେହେରା, ସମରେଶ ପାଇକରାୟ, ନଗର ସଭାପତି ମାନସ ରଞ୍ଜନ ସାହୁ, ଯୁବ ସମ୍ପାଦକ ଗୋପବନ୍ଧୁ ଜେନା ପ୍ରମୁଖ ନେତୃତ୍ବ ନେଇଥିଲେ। ସାଂସଦଙ୍କ ଖୋର୍ଦ୍ଧା ପୌରପାଳିକା ପ୍ରତିନିଧୂ ଦିଲ୍ଲୀପ ହୋତା, ଜିଲା ପରିଷଦ ସଭ୍ୟ ପ୍ରଫୁଲ ଦଳେଇ, କୁନିଲତା ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ ।
Popular Categories



