www.samajalive.in
Monday, December 8, 2025
24.1 C
Bhubaneswar

ତିରୁପତିରେ ଦଳାଚକଟା ଘଟଣା: ଆଜି ମୃତକଙ୍କ ପରିବାର ଓ ଗୁରୁତରଙ୍କୁ ଭେଟିବେ ସିଏମ୍ ଚନ୍ଦ୍ରବାବୁ

ଅମରାବତୀ: ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିର ଦଳାଚକଟା ଘଟଣା। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଓ ଗୁରୁତରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।  ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ମଧ୍ୟ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି। ସୂଚନା ଅନୁସାରେ ତିରୁପତି ମନ୍ଦିରରେ ବୁଧବାର ସନ୍ଧ୍ୟାରେ ଭକ୍ତଙ୍କ ମଧ୍ୟରେ ଦଳାଚକଟା ହୋଇ ୬ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୩ଜଣ ମହିଳା ରହିଛନ୍ତି। ଏଥିରେ ୨୫ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବାବେଳେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।  ବୈକୁଣ୍ଠ ଏକାଦଶୀ ନିମନ୍ତେ ତିରୁପତି ମନ୍ଦିରରେ ଭଗବାନ ଭେଙ୍କଟେଶ୍ବର ସ୍ବାମୀଙ୍କ ସ୍ବତନ୍ତ୍ର ବୈକୁଣ୍ଠ ଦ୍ବାର ଦର୍ଶନ ଲାଗି ଟୋକନ ନେବା ପାଇଁ ଏହି ଦଳାଚକଟା ହୋଇଥିଲା। ଟୋକନ ନେବା ଲାଗି ପ୍ରାୟ ୪୦୦୦ ଭକ୍ତ ରୁଣ୍ଡ ହୋଇଥିଲେ। ଟୋକନ ବଣ୍ଟନ ଲାଗି ବୈରାଗୀ ପଟ୍ଟିଡା ପାର୍କରେ ଅସ୍ଥାୟୀ କାଉଣ୍ଟର ତିଆରି କରାଯାଇଥିଲା। କାଉଣ୍ଟର ଆଗରେ ଭକ୍ତଙ୍କ ଧାଡି ଲାଗିଥିଲା। ଧାଡି ସତ୍ତ୍ବେ ଟୋକନ୍‌ ନେବାକୁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଆଜି ସକାଳ ୫ଟାରୁ ଟୋକନ୍ ବଣ୍ଟନ କରାଯିବାକୁ ଥିବାବେଳେ ବୁଧବାର ଠାରୁ ଭକ୍ତଙ୍କ ଭିଡ ଲାଗିଥିଲା। ତିରୁମାଲା ତିରୁପତି ଦେବସ୍ଥାନମ୍ ପକ୍ଷରୁ ଜାନୁଆରୀ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ୧୦ଦିନିଆ ବୈକୁଣ୍ଠ ଦ୍ବାର ଦର୍ଶନ ବ୍ୟବସ୍ଥା କରାଯାଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories