www.samajalive.in
Saturday, December 6, 2025
16.1 C
Bhubaneswar

ଆଜି ପବିତ୍ର ଶାମ୍ବଦଶମୀ : ବିନା ପ୍ରବେଶ ଶୁଳ୍କରେ ବୁଲି ହେବ ସୂର୍ଯ୍ୟ ମନ୍ଦିର

କୋଣାର୍କ : ଆଜି ପବିତ୍ର ଶାମ୍ବଦଶମୀ। ଘରେ ଘରେ ଅନୁଷ୍ଠିତ ହେଉଛି ସୂର୍ଯ୍ୟପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଅର୍କକ୍ଷେତ୍ର କୋଣାର୍କ। ସକାଳୁ ସକାଳୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ସୂର୍ଯ୍ୟଦୟ ଦର୍ଶନ କରିଛନ୍ତି। ଶାମ୍ବ ଦଶମୀ ଅବସରରେ ସୂର୍ଯ୍ୟ ରଥଯାତ୍ରା ଏବଂ ସୌର ମହାଯଜ୍ଞ ଅନୁଷ୍ଠିତ ହେଉଛି। ୨୭ ଦିନ ଯାଏଁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହେବ। ପୌରାଣିକ କଥାବସ୍ତୁ ଅନୁଯାୟୀ କୃଷ୍ଣଙ୍କ ପୁତ୍ର ଶାମ୍ବ ବ୍ୟାଧି ମୁକ୍ତି ପାଇଁ କୋଣାର୍କ ରେ ସୂର୍ଯ୍ୟ ଉପାସନା କରିଥିଲେ। ଆଜିର ଦିନରେ ଶାମ୍ବ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କରି ବ୍ୟାଧି ମୁକ୍ତ ହୋଇଥିଲେ। ସେପଟେ ଆଜି ବିନା ପ୍ରବେଶ ଶୁଳ୍କରେ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର ବୁଲିପାରିବେ। କୋଣାର୍କ ସୁରକ୍ଷା ସମିତିର କର୍ମକର୍ତ୍ତାମାନଙ୍କ ନିରବଛିନ୍ନ ଆନ୍ଦୋଳନ କାରଣରୁ ୨୦୦୦ ମସିହା ଠାରୁ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ ପ୍ରତିବର୍ଷ ଶାମ୍ବଦଶମୀ, ମାଘ ଶୁକ୍ଲ  ସପ୍ତମୀ ଓ ବିଶ୍ବ ଐତିହ୍ୟ ଦିବସରେ ପର୍ଯ୍ୟଟକମାନଙ୍କ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories