www.samajalive.in
Monday, December 15, 2025
26.1 C
Bhubaneswar

ଦୈନିକ “ସମାଜ” ପକ୍ଷରୁ ବାର୍ଷିକୋନା ଗାଁରେ କମ୍ବଳ ବଣ୍ଟନ, ଧନ୍ୟବାଦ ଜଣାଇଲେ ଗ୍ରାମବାସୀ

ଭବାନୀପାଟଣା: ଦୈନିକ “ସମାଜ” ପକ୍ଷରୁ ଆଜି କଳାହାଣ୍ଡି ଜିଲ୍ଲା ଥୁଆମୂଲ୍ ରାମପୁର ବ୍ଲକର ବାର୍ଷିକୋନା ଗାଁରେ କମ୍ବଳ ବଣ୍ଟନ କରାଯାଇଥିଲା। ସିନ୍ଧିପଦର ପଂଚାୟତ ଅନ୍ତର୍ଗତ ବାର୍ଷିକୋନା ଗାଁ ରେ ପ୍ରାୟ ଦେଢ଼ଶହ ପରିବାର ବସବାସ କରୁଛନ୍ତି। ଆଜି “ସମାଜ” ଟିମ୍ ସଦସ୍ୟମାନେ ଗାଁ ରେ ପହଞ୍ଚିବା ପରେ ଗାଁ ଲୋକେ ଖୁସିରେ ସ୍ଵାଗତ କରିଥିଲେ। ଏହି ଗାଁର ତିନୋଟି ପଡ଼ାରେ ରହୁଥିବା ୫୦ ଜଣ ବୟସ୍କ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। କମ୍ବଳ ପାଇବା ପରେ ଗାଁ ଲୋକେ ଖୁସି ବ୍ୟକ୍ତ କରିଥିଲେ ଏବଂ ଧନ୍ୟବାଦ ଦେଇଥିଲେ ।

” ସମାଜ” ଜିଲା ପ୍ରତିନିଧି ପ୍ରଶାନ୍ତ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଶେଷଦେବ ବେହେରା, ଜୁନାଗଡ଼ର ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ ଏବଂ ଥୁଆମୂଲ ରାମପୁର ବ୍ଲକ୍ ପ୍ରତିନିଧି ମନୋରଞ୍ଜନ ନାଏକ ସାମିଲ ହେଇ ଗାଁ ଲୋକଙ୍କୁ କମ୍ବଳ ବାଣ୍ଟିଥିଲେ। ସେମାନଙ୍କୁ ଗାଁର ମହେନ୍ଦ୍ର ମାଝୀ, ପରମା ମାଝୀ, ଡମ୍ବରୁ ମାଝୀ ପ୍ରମୁଖ ଯୁବଗୋଷ୍ଠୀ ସହଯୋଗ କରିଥିଲେ।

- Advertisement -

ବ୍ଲକ୍ ମହକୁମାରୁ ପ୍ରାୟ ୩୦ କିମି ଦୂର ଏବଂ ପଂଚାୟତ ମହକୁମାରୁ ପ୍ରାୟ ୬୦ କିମି ଦୂରରେ ଥିବା ବାର୍ଷିକୋନା ଗାଁ ଲୋକଙ୍କୁ ପଂଚାୟତକୁ ଯିବାପାଇଁ କମଟିକୋନା ପାହାଡ ଚଢି ଯିବାକୁ ପଡ଼େ। ଏହି ଗାଁ କୁ ଆଜିବି ସବୁଦିନିଆ ରାସ୍ତା ନଥିବା ବେଳେ ସର୍ବନିମ୍ନ ସୁବିଧାରୁ ଲୋକେ ବଞ୍ଚିତ ହେଉଛନ୍ତି। ଏଣୁ ଜିଲା ପ୍ରଶାସନ ଏହି ଗାଁ ପ୍ରତି ଦୃଷ୍ଟି ଦେବାକୁ ଲୋକେ ଅନୁରୋଧ କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories